ଆୟୋଜକ ପଚାରିଲେ ‘ବିନା ସେକ୍ସରେ କିପରି କଟାଇବ ୧୦୦ ଦିନ’, କେସ୍ ଠୁକି ଦେଲେ ଅଭିନେତ୍ରୀ, ବିବାଦରେ ତେଲଗୁ ବିଗବସ୍ -୩

Published By : Prameya-News7 Bureau | July 16, 2019 IST

ହାଇଦ୍ରାବାଦ: ତେଲଗୁ ବିଗବସ୍-ଥ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ ବିବାଦରେ ଫସିଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଏକ ତେଲଗୁ ଏଣ୍ଟରଟେନମେଣ୍ଟ ଚାନେଲର ୪ ଜଣ ସଂଯୋଜକଙ୍କ ବିରୋଧରେ ଜନୈକା ଅଭିନେତ୍ରୀ ହାଇଦ୍ରାବାଦର ରାୟଦୁର୍ଗମ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁଥିରେ ସେ ତେଲଗୁ ବିଗବସ୍-୩ର ଆୟୋଜକଙ୍କ ବିରୋଧରେ ଠକେଇ ଓ ଆପତ୍ତିଜନକ ପ୍ରଶ୍ନ କରି ସ୍ୱାଭିମାନକୁ ଆହତ କରିବା ଆଦି ଅଭିଯୋଗ ଆଣିଛନ୍ତି। ଆଉ କେହି ନୁହଁନ୍ତି ଏହି ଅଭିଯୋଗ କରିଛନ୍ତି ଟଲିଉଡ୍ ନାୟିକା  ଗାୟତ୍ରୀ ଗୁପ୍ତା।

{"id":134401,"width":581,"height":349}

ବିଗବସ୍ ଟିମ ସଦସ୍ୟଙ୍କ ବିରୋଧରେ ଅଶ୍ଲୀଳ କଥାବାର୍ତ୍ତା ନେଇ ଗାୟତ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିବା ବେଳେ  ମୁମ୍ବାଇ ସୋ’ର କୋ-ଅର୍ଡିନେଟର ତାଙ୍କୁ ବିନା ସେକ୍ସରେ ଶହେ ଦିନ କପରି କଟାଇବ ବୋଲି ପ୍ରଶ୍ନ କରିଥିବା ଗାୟତ୍ରୀ ଅଭିଯୋଗରେ ଦର୍ଶାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ବିଗ୍ ବସ୍ ସିଜିନ ୩ ପାଇଁ ତାଙ୍କୁ ପ୍ରଥମେ ଅନୁବନ୍ଧ କରାଯାଇଥିଲା। ତେବେ ପରେ ଏଥିପାଇଁ ତାଙ୍କର ଚୟନ ହୋଇନଥିବା ଆୟୋଜକ କହିଥଲେ ବୋଲି ଗାୟତ୍ରୀ ପୋଲିସ ଏତଲାରେ ଦର୍ଶାଇଛନ୍ତି।

{"id":134402}

ଗାୟତ୍ରୀଙ୍କୁ ଏହି ସିଜିନରେ କେବଳ ଜଣେ ପ୍ରତିଯୋଗୀ ଭାବେ ସାମିଲ କରାଯିବ ବୋଲି କୁହା ଗଲା। ତେବେ ହୋଇ ଥିବା ଅନୁବନ୍ଧ ନେଇ ପ୍ରଶ୍ନ କରିବାରୁ ଯଦି ତାଙ୍କୁ ସିଜିନ-୩ ନିମନ୍ତେ ସିଲେକ୍ଟ କରିଦିଆଯାଏ ବିଗବସ୍ ଙ୍କୁ କିପରି ସନ୍ତୁଷ୍ଟ କରିବେ ବୋଲି ପଚରା ଯାଇଥିଲା। ଏହାର ସେ ଆଉ କଣ ଜବାବ ଦେଇଥାନ୍ତେ ବୋଲି ଓଲଟି ଗାୟତ୍ରୀ ପ୍ରଶ୍ନ କରିଛନ୍ତି। ଏଣୁ ବିଗବସ୍ ନାମରେ ଟେଲିଭିଜନ କଳାକାରଙ୍କୁ ଏହା ଏକ ଶୋଷଣ ବୋଲି ଅଭିଯୋଗରେ ଗାୟତ୍ରୀ ଉଲ୍ଲେଖ କରିଥିବା ବେଳେ ପୋଲିସ ଏବେ ମାମଲାର ତଦନ୍ତ କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.