Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କଂଗ୍ରେସକୁ ଝଟକା : ଦଳରୁ ଇସ୍ତଫା ଦେଲେ ଟିପିସିସି ଅଧ୍ୟକ୍ଷା ଅଭିନେତ୍ରୀ ବିଜୟାଶାନ୍ତି, ସୋମବାର ବିଜେପିରେ ହେବେ ସାମିଲ

6/12/2020 at 9:40 PM

ନୂଆଦିଲ୍ଲୀ ୦୬/୧୨ : ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଅଭିନେତ୍ରୀ ବିଜୟାଶାନ୍ତି ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଲହା ସହିତ ବିଜୟାଶାନ୍ତିଙ୍କ ସହିତ ତେଲେଙ୍ଗାନା ପ୍ରଦେଶ ଭାଜପା ଅଧ୍ୟକ୍ଷ ବଣ୍ଡୀ ସଞ୍ଜୟ ଏବଂ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜି. ପ୍ରକାଶ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ବିଜୟାଶାନ୍ତି ସୋମବାର ଦିନ ବିଜେପିରେ ସାମିଲ ହେବେ । ଏହା ପୂର୍ବରୁ ବିଜୟାଶାନ୍ତି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ଥିଲେ । ତେବେ ସେ ଟିପିସିସିରୁ ଇସ୍ତଫା ଦେବା ସହିତ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ କଂଗ୍ରେସର ପ୍ରଚାର କମିଟି ଦାୟିତ୍ବ ଦିଆଯାଇଥିଲା । ତେବେ ଦଳ ପକ୍ଷରୁ ପର୍ଯ୍ୟାପ୍ତ ସହଯୋଗ ନିମିଳିବା ନେଇ ସେ ଅସନ୍ତୁଷ୍ଟ ଥିଲେ ।

ସାଧାରଣ ନିର୍ବାଚନ ପରେ ପରେ ସେ କଂଗ୍ରେସ ଦଳରୁ ନିଜକୁ ଦୂରେଇ ରଖିଥିଲେ । ସେ ପାର୍ଟିର କୌଣସି ସଭାସମିତିରେ ମଧ୍ୟ ଯୋଗ ଦେଉନଥିଲେ । ତେବେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବିଜୟାଶାନ୍ତି ଶେଷରେ ରବିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବେ ।

   Related Posts