ତେଲୁଗୁ ଅଭିନେତ୍ରୀ ନାଗା ଝାନସୀ କଲେ ଆତ୍ମହତ୍ୟା, ପ୍ରେମିକ ବିବାହ କରିବାକୁ ମନା କରିବାରୁ ନେଲେ ଏଭଳି ନିଷ୍ପତ୍ତି

Published By : Prameya-News7 Bureau | February 06, 2019 IST

ତେଲୁଗୁ ଅଭିନେତ୍ରୀ ଫ୍ୟାନରେ ଫାଶୀ ଦେଇ କଲେ ଆତ୍ମହତ୍ୟା । ଆଜି ଘରେ କେହି ନଥିବା ବେଳେ ଫାଶୀ ଦେଇଥିବା କଥା ପରିବାର ସୂତ୍ରରୁ ପ୍ରକାଶ । ପ୍ରେମରେ ବିଫଳ ହୋଇ ଏପରି କରିଛନ୍ତି ବୋଲି ଜଣାଯାଇଛି ।

{"id":82655}

ନାଗା ଷ୍ଟାର ମା ଟିଭିରେ ଚାଲୁଥିବା ପବିତ୍ର ବନ୍ଧନ ସିରିଏଲ ସହିତ ଅନ୍ୟାନ ଟିଭିର  ମେଗା ସିରିଏଲ ପାଇଁ କାମ କରୁଥିଲେ । ସେ ହାଇଦ୍ରାବାଦରେ ନିଜ ଭାଇଙ୍କ ସହ ରହୁଥିଲେ । ନାଗାଙ୍କ ଭାଇ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଆତ୍ମହତ୍ୟା କରିଥିବା କଥା ଜଣାଯାଇଛି । ନାଗାଙ୍କ ଭାଇ ଆସି କବାଟ ବାଡ଼େଇଥିଲେ ବି କିଛି ଉତ୍ତର ମିଳି ନଥିଲା । ଫଳରେ କବାଟ ଭାଙ୍ଗି ଦେଖିବା ବେଳକୁ ନାଗା ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

ସେ ସୂର୍ଯ୍ୟ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ବିବାହ କରିବାକୁ ବି ପ୍ରତିଶୃତି ଦେଇଥିଲେ । କିନ୍ତୁ ଛଅମାସ ତଳେ ବିବାହ କରିବାକୁ ମନା କରିବା ପରେ ନାଗା ଭାଙ୍ଗି ପଡ଼ିଥିଲେ । ସେ ଅନେକ ସମୟରେ ଅନ୍ୟମନସ୍କ ରହୁଥିଲେ । ପୋଲିସ ନାଗାଙ୍କ ମୋବାଇଲରୁ କଲ୍ ଡ଼ିଟେଲସ, ଚାଟିଂ ଦେଖି ଏସବୁ ବାବଦରେ ସୂଚନା ପାଇପାରିଛି ।

ପରିବାର ଲୋକ ଏବାବଦରେ କିଛି ଜାଣି ନଥିବା ପୋଲିସକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.