ତେଲଗୁ ସୁପରଷ୍ଟାର ଜୁନିୟର ଏନଟିଆର୍ କରୋନା ସଂକ୍ରମିତ, ଟ୍ୱିଟ୍ କରି ଜଣାଇଲେ ଅଭିନେତା

Published By : Prameya-News7 Bureau | May 11, 2021 IST

ମୁମ୍ବାଇ ୧୧/୦୫: କରୋନା କବଳରୁ ଷ୍ଟାରମାନେ ମଧ୍ୟ ନିଜକୁ ରକ୍ଷା କରି ପାରୁନାହାଁନ୍ତି । ଏଥିମଧ୍ୟରେ ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସେ କହିଛନ୍ତି।

wp:html /wp:html

ଜୁନିୟର ଏନଟିଆର ଲେଖିଛନ୍ତି 'ମୋର କୋଭିଡ ୧୯ ଟେଷ୍ଟ ପଜିଟିଭ ଆସିଛି । ଚିନ୍ତା କରିବାର କିଛି ନାହିଁ । ମୁଁ ଠିକ୍ ଅଛି । ମୁଁ ଏବଂ ମୋ ପରିବାର ନିଜକୁ ଆଇସୋଲେସନରେ ରଖିଛୁ ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆମେ ସମସ୍ତ ନିୟମ ପାଳନ କରୁଛୁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ । ସୁରକ୍ଷିତ ରୁହନ୍ତୁ। '

ଜୁନିଅର ଏନଟିଆରଙ୍କ  ଏହି ପୋଷ୍ଟରେ, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ଏବଂ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଅଭିନେତା ମହେଶ ବାବୁ ଲେଖିଛନ୍ତି ଯେ 'ଶୀଘ୍ର ଭଲ ହୋଇଯାଅ ଭାଇ। ଦୃଢ ରୁହ ଏବଂ ପ୍ରାର୍ଥନା କର ।’ସେହିପରି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ମଧ୍ୟ ଲେଖିଛନ୍ତି, ‘ଶୀଘ୍ର ଭଲ ହୋଇଯାଅ ।‘

ଜୁନିଅର ଏନଟିଆରଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ଏସ୍ ରାଜାମୌଲିଙ୍କ RRR । ସେ ଏହି ଫିଲ୍ମରେ ରାମ ଚରଣ, ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୧୩ ଅକ୍ଟୋବର ୨୦୨୧ ରେ ରିଲିଜ୍ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.