ଅମାନିଆଙ୍କ ପାଇଁ ପୋଲିସର ଅଭିନବ ପଦକ୍ଷେପ: ବାହାରେ ବୁଲିବାର କାରଣ କୁହ, ନହେଲେ ପୋଷ୍ଟର ଧର
30/03/2020 at 5:43 PM

ଭଦ୍ରକ ୩୦।୦୩: ସରକାରୀ ନିୟମ ନମାନି ମୁଁ ରାସ୍ତାରେ ବୁଲୁଥିବାରୁ ମୁଁ ସମାଜ ଓ ଦେଶ ପାଇଁ ଶତ୍ରୁ । ମୋ ପାଇଁ ସମାଜକୁ ବିପଦ ଆସିପାରେ । ମୁଁ ଏବେ ଠାରୁ ସରକାର ଙ୍କ ନିୟମ ମାନିବି । ଏହି ପୋଷ୍ଟର କେବଳ ସଚେତନତା ପାଇଁ । କରୋନା ଭଳି ସ୍ଥିତି ବେଳେ ସରକାରୀ ନିୟମ ନମାନିଲେ ଏମିତି ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି କେତେକ ଲୋକେ।
ପୋଲିସ ଓ ପ୍ରଶାସନର ଅକ୍ଲାନ୍ତ ପରିଶ୍ରମ ପରେ ବି କେତେକ ଲୋକେ ସଚେତନ ହେଉନଥିବା ଭଳି ଲାଗୁଛି । ଶେଷ ରେ ଭଦ୍ରକ ପୋଲିସ ଏମିତି ପଦକ୍ଷେପ ନେଉଛି । ଭଦ୍ରକ ସହରର ପ୍ରବେଶ ପଥର ବନ୍ତ ଛକ ନିକଟରେ ଲକଡାଉନ ବେଳେ ବାଇକ ଚେକିଂ କରିବା ବେଳେ କେତେକ ଲୋକେ ବିନା କାରଣରେ ବୁଲୁ ଥିବା ଦେଖିବାକୁ ମିଳିଛି । ପୋଲିସ ସେମାନଙ୍କୁ ଆସିବାର କାରଣ ପଚାରୁଛନ୍ତି।

ଯେଉଁ ବ୍ୟକ୍ତି ମାର୍କେଟରେ ବୁଲିବାର କୌଣସି କାରଣ କହୁନାହାନ୍ତି ସେମାନଙ୍କୁ ଏମିତି ପୋଷ୍ଟର ଧରାଉଛି ଭଦ୍ରକ ପୋଲିସ । କେତେକ ଲୋକେ ପୋଷ୍ଟର ଧରି ଫଟୋ ପାଇଁ ପୋଜ ଦେଉଥିବା ବେଳେ କେତେକ ଲୋକ କ୍ୟାମେରା ଦେଖି ପୋଷ୍ଟର କୁ ଚିରି ଦେଉଥିବା ଦେଖିବାକୁ ମିଳିଛି ।