Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଶିକ୍ଷକଙ୍କୁ ବନ୍ଧୁକ ମୁନରେ କାର ସହ କିଡନାପ ଉଦ୍ୟମ ବିଫଳ, ଦୁଇ ହାଇଓ୍ବେ ଲୁଟେରାଙ୍କୁ କୋର୍ଟ ଚାଲାଣ କଲା ପୋଲିସ

30/11/2021 at 10:12 PM

ତେଲକୋଇ, ୩୦/୧୧: ଶିକ୍ଷକଙ୍କୁ ବନ୍ଧୁକ ମୁନରେ କିଡନାପ ଉଦ୍ୟମ ଘଟଣାରେ ଦୁଇ ହାଇଓ୍ବେ ଲୁଟେରାଙ୍କୁ କୋର୍ଟ ଚାଲାଣ କଲା ତେଲକୋଇ ପୁଲିସ । ଆଜି ଅପରାହ୍ନ ୪ ଟା ସମୟରେ ତେଲକୋଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଦୁଇ ଅଭିଯୁକ୍ତ ଆଶିଷ ନାଏକ ଓ ବିଶ୍ବଜିତ ସାହୁଙ୍କୁ ହାଜର କରାଯାଇଥିଲା । ତେବେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଜମ୍ବେଶ୍ବର ପ୍ରଧାନ, ଅନିଲ ପ୍ରଧାନ, ନାରାୟଣ ପ୍ରଧାନ ବେଲ ଫାଇଲ କରିଥିବା ବେଳେ ମାନ୍ୟବର ଜଜ୍ ଅଭିଯୁକ୍ତଙ୍କ ବେଲକୁ ଖାରଜ କରିଦେଇଥିଲେ ଏବଂ ସେମାନଙ୍କୁ କେନ୍ଦୁଝର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ଗତ ରବିବାର ୪୯ ନଂମ୍ବର ଜାତୀୟ ରାଜପଥ କଲା ଗାଁ ଟୁଲଗେଟ ନିକଟରୁ ତେଲକୋଇ ଥାନା ଅନ୍ତର୍ଗତ କମଳାଙ୍ଗ ଗାଁର ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ସାହୁଙ୍କୁ ତାଙ୍କ କାର ସହ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିଲେ ।

   Related Posts