ତେଲକୋଇରେ ହାତୀ ଆତଙ୍କ, ଦଳି ଚକଟି ନଷ୍ଟ କରୁଛନ୍ତି ଫସଲ

Published By : Prameya-News7 Bureau | December 05, 2021 IST

ତେଲକୋଇ ୦୫/୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ହାତୀପଲଙ୍କ ଉପଦ୍ରବ । ଶନିବାର ବିଳମ୍ବିତ ରାତିରେ ୨୦ ଟିକିଆ  ହାତୀପଲ ଟାଙ୍ଗିରି,ଝାରବେଡା, କୁଳଙ୍ଗ ଗାଁରେ ପଶି ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି।

ସେପଟେ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଦିନବେଳା ଗାଁ ନିକଟ ଜଙ୍ଗଲରେ  ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁକୁ ପ୍ରବେଶ କରି ଫସଲ ନଷ୍ଟ କରୁଛନ୍ତି। ନିଜ ନିଜ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଲୋକେ ରାତି ଅନିଦ୍ରା ରହୁଛନ୍ତି। ତାପରେ ମଧ୍ୟ କୌଣସି ସୁଫଳ ମିଳୁନି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ କରିଥିବା ଫସଲ ଆଖି ସାମ୍ନାରେ ନଷ୍ଟ କରିଦେଉଛନ୍ତି ହାତୀପଲ ।  ଯାହାକୁ ନେଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ ।

ଖୁବ ଶୀଘ୍ର ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିବା ସହ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.