Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବଲିଉଡ ଅଭିନେତ୍ରୀଙ୍କୁ ପଛରେ ପକାଇ ଏହି ଟିଭି ଅଭିନେତ୍ରୀ ହାସଲ କଲେ ଏସିଆର ସବୁଠୁ ସେକ୍ସି ଲେଡିର ମାନ୍ୟତା

21/08/2019 at 1:02 PM

ମୁମ୍ବାଇ୨୧|୮: ଭାରତରେ ଏମିତି ଅନେକ ଟେଲିଭିଜନ ଅଭିନେତ୍ରୀ ଅଛନ୍ତି ଯିଏ ଦେଶରେ ପପୁଲାର ହେବା ସହ ବିଦେଶରେ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଛୋଟ ପରଦାର ଅଭିନେତ୍ରୀ ନିୟା ଶର୍ମା ନିଜ ବୋଲ୍ଡ ଅନ୍ଦାଜ ପାଇଁ ପରିଚିତ।

ଅଧିକାଂଶ ସମୟରେ ସେ ନିଜ ହଟ୍‌ ଫଟୋ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏକ ହଜାରୋ ମୈ ମେରି ବେହେନା ହେ ଓ ଜମାଇ ରାଜା ଭଳି ଫେମସ ସିରିଏଲରେ ଅଭିନୟ କରି ନିୟା ଅଧିକ ଲୋକପ୍ରିୟତା ହାସଲ କରିଥିଲେ।

ଏହା ଶୁଣି ଅନେକ ଦର୍ଶକ ଆଚମ୍ବିତ ହେବେ ଯେ, ନିୟାଙ୍କୁ ଏସିଆର ସବୁଠୁ ସେକ୍ସି ଷ୍ଟାରର ମାନ୍ୟତା ମିଳିଛି।

୧୯୯୦ ମସିହା ସେପଟେମ୍ବର ମାସ ୧୭ ତାରିଖରେ ନିୟାଙ୍କ ଜନ୍ମ ହୋଇଥିଲା। ୨୯ ବର୍ଷ ବୟସ୍କା ଏହି ଅଭିନେତ୍ରୀ ସବୁବେଳେ କିଛି ନା କିଛି କାରଣ ପାଇଁ ବିବାଦରେ ରୁହନ୍ତି।

କେବେ ନିଜ ୱେବ୍‌ ସିରିଜକୁ ନେଇ ତ କେବେ ନିଜ ପରିଧାନ ଶୈଳୀକୁ ନେଇ ସେ ବିବାଦରେ ଆସନ୍ତି। ତାଙ୍କର ଅଲ୍‌ଟ୍ରା ମଡର୍ନ ପୋଷାକ ସବୁବେଳେ ହିଟ୍‌ ହୁଏ ନାହିଁ।

ନିୟା ଟିଭି ଜଗତର ଫ୍ୟାସନ ଡିଭା ଭାବେ ମଧ୍ୟ ପରିଚିତ। ଦିଲ୍ଲୀର ଜଗନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେନେଜମେଣ୍ଟ ଷ୍ଟଡିଜ୍‌ରୁ ନିୟା ସ୍ନାତକ ସାରିଛନ୍ତି । ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଥିବା ନିୟା ପ୍ରତ୍ୟେକ ଦିନ ନିଜର ହଟ୍‌ ଫଟୋ ଇନ୍‌ଷ୍ଟାରେ ପୋଷ୍ଟ କରନ୍ତି।

ଯୁବପିଢୀଙ୍କ ମଧ୍ୟରେ ନିୟାଙ୍କ କ୍ରେଜ୍‌ ବହୁମାତ୍ରାରେ ଦେଖିବାକୁ ମିଳେ। ବିଶ୍ବର କୋଣ ପ୍ରତିକୋଣରୁ ଦର୍ଶକ ତାଙ୍କୁ ଫଲୋ କରନ୍ତି। ତାଙ୍କ ଫଟୋ ଦେଖି ଅଧିକାଂଶ ଲୋକେ ପାଗଳ ହୋଇଯାଆନ୍ତି।

 

   Related Posts