Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ: ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ କରିବେ ଲୋକାର୍ପଣ, ଖର୍ଚ୍ଚ ହୋଇଚି ୧୧୦୦ କୋଟି

1/02/2019 at 6:53 PM

ଜୟପୁର ୨|୧: ଶିଳାନ୍ୟାସର ଦୀର୍ଘ ୧୭ ବର୍ଷ ପରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କୋରାପୁଟର ବହୁ ପ୍ରତୀକ୍ଷିତ ତେଲିଙ୍ଗିରି ଜଳ ସେଚନ ପ୍ରକଳ୍ପ କାମ ।  ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ ସମୟରେ ଏହାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଦ୍ବାରା ଜୟପୁର ଅଂଚଳର ୧୦ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡି ପାରିବ । ସେପଟେ ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସହାନୁଭୁତି ପାଇବା ପାଇଁ ତରବରଆ ଭାବେ ଏହାର ଲୋକାର୍ପଣ କରୁଥିବା କହିଛନ୍ତି ବିଜେପି ଓ କଂଗ୍ରେସ।…

ଆସନ୍ତା ୫ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ତେଲିଙ୍ଗିରି ଜଳ ସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ଜୟପୁର ଗସ୍ତ ସମୟରେ ଏହାକୁ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଦ୍ବାରା ୧୦ ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡି ପାରିବ । ୨୦୦୨ରେ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।   ଏଥିପାଇଁ ୧୦୬ କୋଟି ଟଂକା ବ୍ୟୟ ଅଟକଳ ହୋଇଥିଲା। ୧୦୬ କୋଟି ଟଂକାର ଏହି ପ୍ରକଳ୍ପ  ଏବେ ୧୧୦୦ କୋଟି ଟଂକାରେ ପହଁଚିଛି । ଚାଷୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ରବି ନନ୍ଦ।

ସେପଟେ ଏଥିରୁ କିନ୍ତୁ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ତେଲିଙ୍ଗିରି ପ୍ରକଳ୍ପ ରାଜ୍ୟ ସରକାରଙ୍କ ବିଫଳତାର ଏକ ନମୁନା ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି । ବିଜେପିବି ସମାନ ଅଭିଯୋଗ କରିଛି । ବିଳମ୍ବରେ ହେଲେ ବି  ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଂଚଳର ଚାଷୀଙ୍କ ଜମିକୁ ପାଣି ମାଡିବା ସହ ଲୋକଙ୍କ  ଜଳ କଷ୍ଟ ବି ଦୂର ହୋଇ ପାରିବ। ଯାହା ଜୟପୁର ଅଂଚଳର ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି ।

   Related Posts