Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ର ଶକ୍ତି ସଚିବ ଓ ଟେଲିକମ୍ ବିଭାଗ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ : ଖୁବଶୀଘ୍ର ପୁରୀରେ ସ୍ବାଭାବିକ ହେବ ଟେଲିକମ୍ ସେବା

13/05/2019 at 2:14 PM

ଭୁବନେଶ୍ୱର ୧୩/୫ : ଆଜି କେନ୍ଦ୍ର ଶକ୍ତି ସଚିବ ଓ ଟେଲିକମ୍ ବିଭାଗ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବସିଥିଲା । ଟେଲିକମ୍, ଇଣ୍ଟରନେଟ୍ ଓ ବିଦ୍ୟୁତ ସଂଯୋଗ ତ୍ବରାନ୍ବିତ ନେଇ ଆଲୋଚନା ବୈଠକରେ ଆଲୋଚନା ହୋଇଛି । ପୁରୀକୁ ଛାଡି ଅନ୍ୟ ସବୁ ପ୍ରଭାବିତ ଅଞ୍ଚଳର ୮୦ ପ୍ରତିଶତ ସ୍ଥାନରେ ଟେଲିକମ୍ ସେବା ସ୍ବାଭାବିକ ହୋଇଛି । ଖୁବଶୀଘ୍ର ପୁରୀରେ ମଧ୍ୟ ଟେଲିକମ୍ ସେବା ସ୍ବାଭାବିକ ହେବ । Free SMS ମାଧ୍ୟମରେ ପାଖାପାଖି ୨ କୋଟି SMS ଆଦାନପ୍ରଦାନ ହୋଇପାରିଛି । ନେଟୱାର୍କ ଏକ୍ସଚେଞ୍ଜ ଜରିଆରେ ୧୦ ଲକ୍ଷ କଲ୍‌ କରାଯାଇ ପାରିଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ସୂଚନା ଦେଇଛନ୍ତି । ବିଦ୍ୟୁତ ସେବା ଅନେକ ମାତ୍ରାରେ ସ୍ବାଭାବିକ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ସମେତ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ବ୍ୟାଙ୍କିଂ ସେବା ସ୍ବାଭାବିକ ହେବ । ପୁରୀ ଗ୍ରାମ୍ୟ ବ୍ୟାଙ୍କର ଭିତ୍ତିଭୂମି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ପୁନଃଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି ରାଜ୍ୟ ସକରାର ।
ବୈଠକ ପରେ ଟେଲିକମ୍ ବିଭାଗ ସଚିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

   Related Posts