Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଟେଲିକମ କମ୍ପାନୀଙ୍କ ଉପରେ କେବଳ ଲାଇସେନ୍ସ ଫି ବାବଦକୁ ରହିଛି ୨୨ ହଜାର କୋଟିରୁ ଅଧିକ ବାକି

21/02/2020 at 6:10 PM

ନୂଆଦିଲ୍ଲୀ ୨୧।୨:  ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ (ଏଜିଆର) ବକେୟା ବାବଦ ୧.୪୭ ଲକ୍ଷ କୋଟି ଟଙ୍କାରୁ ଟେଲିକମ୍ କମ୍ପାନୀମାନଙ୍କ ଉପରେ କେବଳ ଲାଇସେନ୍ସ ଫି ବାବଦକୁ ୨୨ ହଜାର ୫୮୯ କୋଟି ଟଙ୍କା ବକେୟା ରହିଛି। ଏଥିରେ ସୁଧ ଓ ଜରିମାନା ମିସିଲେ ୯୨ ହଜାର ୬୪୧ କୋଟି ଟଙ୍କା ହେଉଥିବା ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେସନ (ଡିଓଟି) ଗତ ଜୁଲାଇ ୨୦୧୯ ସୁଦ୍ଧା ଆକଳନ କରିଥିଲେ। ସେହି ଅନୁସାରେ କମ୍ପାନୀମାନଙ୍କୁ ତୁରନ୍ତ ୯୨ ହଜାର କୋଟି ଟଙ୍କା ପୈଠ ଲାଗି ନିର୍ଦ୍ଦେଶ ବି ଦେଇସାରିଛନ୍ତି।

ଏଥିରେ ଟେଲିକମ୍ କମ୍ପାନୀଙ୍କ ମଧ୍ୟରୁ କେତେକ ନିକଟରେ ଆଂଶିକ ପୈଠ କରିଥିବା ବେଳେ ସେମାନଙ୍କ ଉପରେ ଏବେବି ରାଜସ୍ୱ ବାବଦ ବିପୁଳ ବକେୟା ରହିଛି। ଲାଇସେନ୍ସ ଫି ଓ ସୁଧ ଜରିମାନା ବାଦେ କମ୍ପାନୀମାନେ ସ୍ପେକ୍ଟ୍ରୁମ ବାବଦେ ୫୫ ହଜାର ୫୪କୋଟି ଟଙ୍କା ବକେୟା ରଖିଛନ୍ତି। ଯାହା ମିସିଲେ ମୋଟ ଏଜିଆର ବକେୟା ୧.୪୭ଲକ୍ଷ କୋଟି ଟଙ୍କାରେ ଏବେ ପହ଼ଞ୍ଚିଛି।

ଏଥିରେ ଭାରତୀ ଏୟାରଟେଲ ଲାଇସେନ୍ସ ଫି ବାବଦକୁ ୫ହଜାର ୫୨୮.୫୨ କୋଟି ଟଙ୍କା ବକେୟା ରଖିଥିବା ବେଳେ ଭୋଡାଫୋନ ଆଇଡିଆ ୬ ହଜାର ୮୭୦.୬୯ କୋଟି, ଟାଟା ଗ୍ରୁପ୍ ୨୩୨୧.୩୧କୋଟି, ଟେଲନର ୫୨୯.୦୨କୋଟି, ବିଏସଏନଏଲ ୬୧୪ କୋଟି ଓ ଏମଟିଏନଏଲ୮୭୬.୩୯କୋଟି ଟଙ୍କା ବକେୟା ରଖିଛନ୍ତି। ଏଥିରୁ ଭାରତୀ ଏୟାରଟେଲ ୧୦ ହଜାର କୋଟି, ଭୋଡାଫୋନ ଆଇଡିଆ ୩ହଜାର ୫୦୦କୋଟି ଓ ଟାଟା ଗ୍ରୁପ ୨ହଜାର ୧୯୭ କୋଟି ଟଙ୍କା ଉଭୟ ଲାଇସେନ୍ସ ଫି ଏ ସ୍ପେକ୍ଟ୍ରୁମ ୟୁସେଜେସ୍ ଲାଗି ପୈଠ କରିଛନ୍ତି।

ଏଣୁ ଗତ ଫେବୃଆରୀ ୩ ତାରିଖରେ ଡିଓଟି ମାର୍ଗଦର୍ଶନ ସହ ପତ୍ର ଜାରି କରିଥିବା ବେଳେ ଅପରେଟରମାନଙ୍କୁ ୧୫ ଦିନ ମଧ୍ୟରେ ଏଜିଆର ବକେୟା ପୈଠ ଲାଗି ନିର୍ଦ୍ଦେଶ ଦେବା ନିମନ୍ତେ ମହାନିୟନ୍ତ୍ରକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି ଅପରେଟରମାନେ କୌଣସି ବିଳମ୍ବ କରନ୍ତି ତେବେ ସେମାନଙ୍କ ଉପରେ ସୁଧ ଲାଗୁ କରାଯିବ ବୋଲି ସତର୍କ କରାଇଦେଇଛନ୍ତି।

   Related Posts