Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ପାଟିଆଲା ବେବ୍ସ’ ସୁଟିଂ ସେଟ୍ ରେ ଅଭିନେତ୍ରୀ ଆହତ, ନାକ ଓ ଗୋଡରେ ଲାଗିଛି ଆଘତ

7/09/2019 at 8:55 PM

ନୂଆଦିଲ୍ଲୀ:  ଅଭିନେତ୍ରୀ ଅଶନୁର କୌର ଟେଲି ସିରିୟଲ ‘ପାଟିଆଲା ବେବ୍ସ’ର ସୁଟିଂ ସେଟ୍ ରେ ସିଡିରୁ ପଡି ଗୁରୁତର ଆହତ ହୋଇଛନ୍ତି। ସିରିୟଲରେ ମୀନା ଭୂମିକାରେ ଅଭିନୟ କରୁଥିବା ଏହି ୧୬ ବର୍ଷ ବୟସ୍କା କଳାକାର ସିଡିରୁ ପଡି ଯିବାରୁ ତାଙ୍କ ନାକ ଓ ଗୋଡରେ ଗଭୀର ଆଘାତ ଲାଗିଛି। ସୁଟିଂ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ସିନ୍ ର ସଟ୍ ଦେବାକୁ ଅଶନୁର ସିଡିକଡକୁ ଛିଡା ହୋଇଥିବା ବେଲେ ଅଚାନକ ତାଙ୍କ ଗୋଡ ଖସିଯାଇଥିଲା। ଫଳରେ ସେ ସିଡିରୁ ଖସି ସିଧା ତଳେ ପଡିଥିଲେ।

ଅଶନୁରଙ୍କ କହିବା ଅନୁସାରେ ଦୁର୍ଘଟଣା ଏତେ ଅଚାନକ ଥିଲା ସେ ନିଜେ ବି ଜାଣିପାରିନଥିଲେ। ପଡିବା ପରେ ବି କିଛି ସମୟ ପର୍ଯ୍ୟନ୍ତ ତାଙ୍କର କଣ ହୋଇଛି ତାହାବି ଜାଣି ନଥିଲେ ବୋଲି କହିଛନ୍ତି। ତେବେ ଏହି ଦୁର୍ଘଟଣାକୁ ଅଶନୁର ମାମୁଲି ଦୁର୍ଘଟଣା ବୋଲି କହିଛନ୍ତି। ଏଥିଲାଗି ସିରିୟଲର ସୁଟିଂ ବନ୍ଦ ନ କରିବାକୁ ବି କହିଛନ୍ତି ଅଶନୁର।

ଆଜିକାଲି ଟେଲିଭିଜନରେ ଅଶନୁର ଏକ ଚର୍ଚ୍ଚିତ ଚେହେରା। ସେ ‘ଝାନସି କୀ ରାନୀ’,  ‘ସାଥ ନିଭାନା ସାଥିଆ’,‘ଦେବୋଁକେ ଦେବ ମହାଦେବ’, ‘ ବଡେ ଅଚ୍ଛେ ଲଗତେ ହେଁ’ ଓ  ‘ ୟେ ରିସ୍ତା କ୍ୟା କହଲାତା ହୈ’ ଭଳି ଲୋକପ୍ରୀୟ ସିରିୟଲରେ ଅଭିନୟ କରି ଛୋଟ ପରଦା ଦର୍ଶକଙ୍କ ବେଶ ପ୍ରୀୟପାତ୍ର ହୋଇପାରିଛନ୍ତି। କେବଳ ଛୋଟ ପରଦା ନୁହେଁ ଗତବର୍ଷ ସେ ବଲିଉଡ୍ ଫିଲ୍ମ ମନମର୍ଜିୟାଁ ଓ ସଞ୍ଜୁରେ ବି ଅଭିନୟ କରିଥିଲେ।

   Related Posts