Tom & Jerry ନିର୍ଦ୍ଦେଶକ ଜିନ ଡାଇଚ୍‌ଙ୍କ ପରଲୋକ

Published By : Prameya-News7 Bureau | April 20, 2020 IST

ପାରାଗୁଏ: ଲୋକପ୍ରୀୟ ଟେଲିଭିଜନ କାର୍ଟୁନ ସିରିଏଲ ‘ଟମ୍ ଏଣ୍ଡ ଜେରି’ର ନିର୍ଦ୍ଦେଶକ ଜିନ୍ ଡାଇଚ୍ ଓରଫ ଜିନ୍‌ଙ୍କର ପରଲୋକ ହୋଇଛି। ତାଙ୍କ ପ୍ରକାଶକ ପିଟର ହିମଲ ଏହାପୁଷ୍ଟି କରିଛନ୍ତି। ୯୫ ବର୍ଷ ବୟସ୍କ ଜିନ୍‌ଙ୍କୁ ତାଙ୍କ ପାରାଗୁଏସ୍ଥିତ ଆପାର୍ଟମେଣ୍ଟରୁ ମୃତ ଉଦ୍ଧାର କରାଯାଇଥିଲା। ତେବେ ବୟାସାଧିକ୍ୟ କାରଣରୁ ତାଙ୍କର ପରଲୋକ ହୋଇଥିବା ପ୍ରକାଶକ ପୁଷ୍ଟି କରିଛନ୍ତି। ଜିନ୍‌ଙ୍କ ପରେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଓ ପ୍ରଥମ ବିବାହରୁ ଥିବା ୩ ଜଣ ପୁଅ ଅଛନ୍ତି।

{"id":257415,"width":583,"height":307,"sizeSlug":"large"}

ଜିନ୍‌ଙ୍କ ପୁରା ନାମ ୟୁଜିନି ମେରିଲ ଡାଇଚ୍‌। ତେବେ ଲୋକେ ତାଙ୍କୁ ଶ୍ରଦ୍ଧାରେ ଜିନ୍‌ ବୋଲି ଡାକ୍ତନ୍ତି। ଜିନ ଉତ୍ତର ଆମେରିକାରେ ପାଇଲଟ୍ ପ୍ରଶିକ୍ଷଣ କେନ୍ଦ୍ର ଓ ସେନା ଲାଗି ଡ୍ରାଫ୍ଟସ୍‌ମ୍ୟାନ ନିଯୁକ୍ତ ଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ତାଙ୍କୁ ୧୯୪୪ ମସିହାରେ ଚାକିରୀରୁ ବାହାର କରିଦିଆଯାଇଥିଲା। ସେ କଳାକ୍ଷେତ୍ରରେ ତାଙ୍କର ଜୀବିକା ସନ୍ଧାନ କରିବା ବେଳେ ଆନିମେସନକୁ କ୍ୟାରିୟର କରିଥିଲେ।

{"id":257416,"sizeSlug":"large"}

୧୯୫୮ରେ ଜିନ୍‌ଙ୍କ ‘ସିଡନିଜ୍ ଫ୍ୟାମିଲି ଟ୍ରି’ ଓ ଅନ୍ୟ କେତେକ ଫିଲ୍ମ ଲାଗି ଓସ୍କାର ନୋମିନେସନ ପାଇଥିଲେ। ୧୯୬୧ ମସିହାରେ ଫିଲ୍ମ ‘ମୁନରୋ’ ଲାଗି ଓସ୍କାର ସମ୍ମାନୀତ ମଧ୍ୟ ହୋଇଥିଲେ। ସେ କାଳଜୟୀ କାର୍ଟୁନ ସିରିଏଲ ‘ଟମ୍‌ ଏଣ୍ଡ ଜେରି’ର ୧୩ଟି ଇପିସୋଡ ମଧ୍ୟ କରିଥିଲେ। ୧୯୪୦ ମସିହାରେ ଏହି କାର୍ଟୁନ ସିରିୟେଲକୁ ୱିଲିୟମ ହାନା ଓ ଜେସେଫ ବାରବରା ପରିକଳ୍ପନା କରିଥିଲେ। ଏହି ସିରିୟେଲର ଜିନ୍‌ ତୃତୀୟ ନିର୍ଦ୍ଦେଶକ ଥିଲେ। ଏଥିଲାଗି ସେ ନିଜେ ସ୍କ୍ରିପ୍ଟ ବି ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.