Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଗଳାରେ ରଶି ଲଗାଇ TV ଆଙ୍କର ପ୍ରିୟା ଜୁନେଜାଙ୍କ ଆତ୍ମହତ୍ୟା

31/07/2020 at 9:10 PM

ନୂଆଦିଲ୍ଲୀ ୩୧।୭:  ଟେଲିଭିଜନ ଉପସ୍ଥାପିକା ପ୍ରିୟା ଜୁନେଜା ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ନିଜ ଘରେ ଗଳାରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଆତ୍ମ ହତ୍ୟା କରିଥିବା ଘରୁ ସୁଇସାଇଡ ନୋଟ୍ ମଧ୍ୟ ମିଳିନାହିଁ। ପୋଲିସ ଶବ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ନିମନ୍ତେ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।

ପ୍ରିୟା ଆତ୍ମହତ୍ୟାର କାରଣ ଲାଗି କୌଣସି ପ୍ରମାଣ ଛାଡିଯାଇ ନଥିଲେ ହେଁ ସୋସିଆଲ ମିଡିଆରେ ନିଜର ଭାବନା ବ୍ୟକ୍ତ କରିଯାଇଛନ୍ତି। ତାଙ୍କର ଏପରି ପୋଷ୍ଟରେ ଜନୈକ ସାଥୀ ଏଭଳି କୌଣସି ପଦକ୍ଷେପ ନେବା ପୂର୍ବରୁ ଲୋକଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିବାର ଦେଖାଯାଇଛି। ତେବେ ଆଙ୍କର ପ୍ରିୟା ଜୁନେଜାଙ୍କ ଆତ୍ମହତ୍ୟା ଘଟଣା ପ୍ରଚାରିତ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ପୂର୍ବ ଦିଲ୍ଲୀର ୱେଲକମ ଅଞ୍ଚଳରେ ପ୍ରିୟା ଓ ତାଙ୍କ ପରିବାର ରହନ୍ତି। ସେ ଅନେକ ଟେଲିଭିଜନ ଚାନେଲରେ କାମ କରିଛନ୍ତି। ନିକଟରେ ସେ ହରିୟାଣାର ଏକ ୟୁଟ୍ୟୁବ ଚାନେଲ ଲାଗି ଆଙ୍କରିଂ କରୁଥିଲେ। ତେବେ ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ୟା ପୂର୍ବରୁ ପ୍ରିୟା ତାଙ୍କ ଚାକିରୀକୁ ନେଇ ଚିନ୍ତିତ ଥିଲେ ବୋଲି ପୋଲିସ ଆକଳନ କରିଛି।

   Related Posts