Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀନଗରରେ ଆଜିଠୁ ଚାଲୁ ହେଲା ଟେଲିଫୋନ୍ ସେବା, ଜମ୍ମୁରେ ଚାଲିଲା ଟୁ-ଜି ଇଣ୍ଟରନେଟ୍

17/08/2019 at 9:57 AM

ଶ୍ରୀନଗର ୧୭|୮: ଶ୍ରୀନଗରରେ ଆଜିଠୁ ଟେଲିଫୋନ୍ ସେବା ଚାଲୁ କରିଦିଆଯାଇଛି । ଜାମ୍ମୁରେ ଇଣ୍ଟରନେଟ୍ ସେବା ସ୍ବାଭାବିକ କରିଦିଆଯାଇଛି । ଏବେ ଟୁ-ଜି ସ୍ପିଡ୍‌ର ଇଣ୍ଟରନେଟ୍ ଚାଲୁ କରାଯାଇଛି । ତେବେ ଶ୍ରୀନଗରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

ଧାରା ୩୭୦ ହଟିବା ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଗତ ୫ତାରିଖରୁ ଜାମ୍ମୁକାଶ୍ମୀରରେ ଟେଲିଫୋନ ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲାଗିଥିଲା । ଗତକାଲି ଜାମ୍ମୁକାଶ୍ମୀର ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ଶାସନ ସଚିବ । ଘାଟିରେ ସ୍ଥିତି ଧିରେ ଧିରେ ସୁଧୁରୁଥିବା ମୁଖ୍ୟ ଶାସନ ସଚିବ କରିଛନ୍ତି । ସ୍ଥିତି ଧୀରେ ଧୀରେ ସୁଧୁରିବା ସହ କଟକଣା ମଧ୍ୟ ଧୀରେ ଧୀରେ କୋହଳ ହେଉଛି । ଆସନ୍ତା ସୋମବାରରୁ ଶ୍ରୀନଗରରେ ସରକାରୀ ଅଫିସ ଖୋଲିବ ।

ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ଚାଲୁ ପରେ ବିଚ୍ଛିନ୍ନତାବାଦୀ ତତ୍ବ ସକ୍ରିୟ ହେବାର ଆଶଙ୍କା ଥିବାରୁ ଏହା ଉପରେ ନଜର ରଖାଯାଇଛି । ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ସେନା, ଏୟାରଫୋର୍ସ ସହ ସମସ୍ତ ସୁରକ୍ଷାବାହିନୀକୁ ହାଇଆଲର୍ଟରେ ରଖା ଯାଇଛି ।

ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀ ଘାଟିରେ ହମଲା କରିବାର ଚେଷ୍ଟା ଜାରି ରଖିଛନ୍ତି । ସୀମା ଦେଇ ଭାରତ ଭିତରକୁ ଆତଙ୍କୀ ଅନୁପ୍ରବେଶ କରିବା ମଉକାରେ ଅଛନ୍ତି । ଏହାର କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ।

   Related Posts