Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ବାହାଘରରେ କରୋନା ବିସ୍ଫୋରଣ: ତେଲେଙ୍ଗାନାରେ ୮୭ ବନ୍ଧୁବାନ୍ଧବ ପଜିଟିଭ୍

5/04/2021 at 2:01 PM

ତେଲେଙ୍ଗାନା ୫/୪: ସାରା ଦେଶରେ ବ୍ୟାପିବାରେ ଲାଗିଛି କରୋନାର ଭୟାବହତା । ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହେଉଛି । ୨୪ ଘଣ୍ଟାରେ ନୂଆ ନୂଆ ରେକର୍ଡ କରୁଛି ସଂକ୍ରମଣ । ଏବେ ତେଲେଙ୍ଗାନର ନିଜାମବାଦରେ ହୋଇଥିବା ବାହାଘର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏଠାରେ ୮୭ ଜଣ ବନ୍ଧୁବାନ୍ଧବଙ୍କ ନିକଟରେ ଭାଇରସ ଚିହ୍ନଟ ହୋଇଛି।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ବିବାହ ଭୋଜିରେ ପ୍ରାୟ ୩୭୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ । ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୮୭ ଜଣଙ୍କ ଠାରେ ଭୂତାଣୁ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି । ଏମିତିକି ଗାଁରେ ମଧ୍ୟ ସଂଗରୋଧ କେନ୍ଦ୍ର ଖୋଲାଯାଇଛି  । ତେବେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିବେଦନ କରାଯାଉଛି ସେମାନେ ନିଜର ପରୀକ୍ଷା କରାଇନେବାକୁ ।

ସେପଟେ ବାହାଘରରେ ଅନ୍ୟ ଏକ ଗାଁ ଲୋକ ବି ସାମିଲ ହୋଇଥିଲେ । ସେମାନଙ୍କ ନିକଟରେ ବି କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ କିଛି ସରକାରୀ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଗାଁରେ ଏକ କୋଭିଡ୍ କ୍ୟାମ୍ପ ଆରମ୍ଭ କରିଛନ୍ତି । ଲଗାତାର ଏଇ କିଛିଦିନ ହେବ ତେଲେଙ୍ଗାନାରେ କୋଭିଡ କେସ୍ ବଢିବାରେ ଲାଗିଛି ।   

   Related Posts