ତେଲେଙ୍ଗାନା ଶ୍ରମ ମନ୍ତ୍ରୀ ୟାଦାଦ୍ରି ମନ୍ଦିରକୁ ଦାନ କଲେ ୧.୭୫ କୋଟି ଟଙ୍କା: ମନ୍ଦିରରେ ଚଢ଼ାଯିବ ସୁନା ପରତ

Published By : Prameya-News7 Bureau | October 29, 2021 IST

ତେଲେଙ୍ଗାନା ୨୯/୧୦ : ତେଲେଙ୍ଗାନା ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ଗୁରୁବାର ଦିନ ୟାଦାଦ୍ରିରେ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରକୁ ଗୋପୁରମରେ ସୁନା ପରତ ଚଢ଼ାଇବାକୁ ୧.୭୫ କୋଟି ଟଙ୍କା ଦାନ କରିଛନ୍ତି। ଏଥିପାଇଁ ସେ ୩ କିଲୋ ସୁନା ବରାବର ନଗଦ ଟଙ୍କା ଦାନ କରିଛନ୍ତି। ଶ୍ରମ ମନ୍ତ୍ରୀ ନିଜର ମେଡଚଲ ବିଧାନସଭା କ୍ଷେତ୍ରର ଲୋକଙ୍କ ତରଫରୁ ନଗଦ ଏକ କୋଟି ଟଙ୍କା ଓ ୭୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। 

wp:embed {"url":"https://twitter.com/ANI/status/1453952214351814660?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1453952214351814660%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.tv9hindi.com%2Findia%2Fyadadri-temple-in-telangana-malla-reddy-donates-rs-1-75-crore-to-temple-for-vimana-gopuram-gold-plating-892970.html","type":"rich","providerNameSlug":"twitter","responsive":true}
https://twitter.com/ANI/status/1453952214351814660?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1453952214351814660%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Findia%2Fyadadri-temple-in-telangana-malla-reddy-donates-rs-1-75-crore-to-temple-for-vimana-gopuram-gold-plating-892970.html
/wp:embed

ରେଡ୍ଡୀ ଓ ତାଙ୍କ ପରିବାର ସଦସ୍ୟ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) କାର୍ଯ୍ୟକର୍ତାଙ୍କ ସହ ଘାଟକେସରରେ ନିଜ କାର୍ଯ୍ୟାଳୟରୁ ଏକ ରାଲି ଆରମ୍ଭ କରିଥିଲେ। ଏହାପରେ ମନ୍ଦିରରେ ପହଞ୍ଚି କାର୍ଯ୍ୟକାରୀ ଅଧିକାରୀ ଏନ ଗୀତାଙ୍କୁ ଟଙ୍କା ହସ୍ତାନ୍ତର କରିଥିଲେ। ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ପରିବାର ତରଫରୁ ୟାଦାଦ୍ରି ମନ୍ଦିରକୁ ଏକ କିଲୋ ସୁନା ଓ ତାଙ୍କ ନିର୍ବାଚନ କ୍ଷେତ୍ର ଓ TRS ଦଳ ତରଫରୁ ୨ କିଲୋ ସୁନା ଦାନ କରାଯାଇଛି।

{"id":535307,"width":630,"height":378,"sizeSlug":"full","linkDestination":"none"}

ଏହା ପୂର୍ବରୁ ଅକ୍ଟୋବର ୨୦ ତାରିଖରେ ବୁନିୟାଦୀ ଢାଞ୍ଚା ପ୍ରମୁଖ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ଼ (MEIL) ମନ୍ଦିରକୁ ୬ କିଲୋ ସୁନା ଦାନ କରିବାକୁ ଘୋଷଣା କରିଥିଲେ। ଏବେ ସୁଦ୍ଧା ବ୍ୟବସାୟୀ, କର୍ପୋରେଟ ଫ୍ୟାମିଲି, ଜନପ୍ରତିନିଧି ଓ ରାଜନେତା ମନ୍ଦିରକୁ ପ୍ରାୟ ୩୦ କିଲୋ ସୁନା ଦାନ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଅକ୍ଟୋବର ୧୯ ତାରିଖରେ ପୁନଃନିର୍ମିତ ମନ୍ଦିର ଗସ୍ତ କରିଥିଲେ। ଏହି ସମୟରେ ସେ ନିଜ ପରିବାର ସଦସ୍ୟଙ୍କ ତରଫରୁ ୧ କିଲୋ ୧୬ ତୋଳା ସୁନା ଦାନ କରିବାକୁ ଘୋଷଣା କରିଥିଲେ।

{"id":535306,"width":602,"height":420,"sizeSlug":"full","linkDestination":"none"}

MEIL ନିର୍ଦ୍ଦେଶକ ବି ଶ୍ରୀନିବାସ ରେଡ୍ଡୀ କହିଛନ୍ତି, 'ଆମେ ଶ୍ରୀ ୟାଦାଦ୍ରି ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ଟାୱାର (ବିମାନା ଗୋପୁରମ) ରେ ସୁନା ପରତ ଚଢ଼ାଇବାକୁ ଦାନ କରି ବିନମ୍ର ଓ ସୌଭାଗ୍ୟଶାଳୀ ଅନୁଭବ କରୁଛି। ଆମେ ଶୀଘ୍ର ୬ କିଲୋ ସୁନା କିମ୍ବା ତା ବରାବର ଚେକ ପ୍ରଦାନ କରିବୁ। ଆମକୁ ବିଶ୍ୱାସ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ବିଚାର ଓ ଦୂରଦର୍ଶିତା ସହ ମନ୍ଦିର ସବୁଠାରୁ ମନୋରମ ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ହେବ।' ହେଟେରୋ ଗ୍ରୁପ ଚେୟାରମ୍ୟାନ ବି ପାର୍ଥସାରାଧୀ ରେଡ୍ଡୀ ମନ୍ଦିରକୁ ୫ କିଲୋ ସୁନା ଦାନ କରିବାକୁ ଘୋଷଣା କରିଥିଲେ। ବିମାନା ଗୋପୁରମରେ ସୁନା ପରତ ଚଢ଼ାଇବାକୁ ମୋଟ ୧୨୫ କିଲୋ ସୁନା ଆବଶ୍ୟକତା।

{"id":535308,"sizeSlug":"full","linkDestination":"none"}

ନାଗରକୁନରୁଲ ବିଧାୟକ ମର୍ରି ଜନାର୍ଦନ ରେଡ୍ଡୀ ମନ୍ଦିରକୁ ୨ କିଲୋ ସୁନା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାସ୍କର ରାଓ କାଭେରୀ ସିଡ୍ସ ତରଫରୁ ଗୋଟିଏ ୧ ସୁନା ଦାନ କରିବେ। ତାଛଡା ଯେଉଁମାନେ ମନ୍ଦିରର ବିମାନା ଗୋପୁରମ ପାଇଁ ସୁନା ଦାନ କରିବାକୁ ଚାହୁଁଛନ୍ତି କିମ୍ବା ସୁନା ପାଇଁ ଟଙ୍କା ଦାନ କରିବାକୁ ଚାହୁଁଛନ୍ତି ସେମାନେ ମନ୍ଦିରର ଅଧିକାରୀଙ୍କ ଦ୍ୱାରା ଜାରି କ୍ୟୁଆର କୋଡ଼ ସାହାଯ୍ୟରେ ଡିଜିଟାଲ ପେମେଣ୍ଟ କରିପାରିବେ।

{"id":535309,"width":682,"height":384,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.