Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

୪ ବର୍ଷ ଡେଟିଂ ପରେ ଦୁଇ ଭଉଣୀଙ୍କୁ ଗୋଟିଏ ବେଦୀରେ ବିବାହ କଲେ ଯୁବକ, ଏମିତି ଏକ ନିଆରା ପ୍ରେମ କାହାଣୀ…

19/06/2021 at 8:45 PM

ତେଲଙ୍ଗାନା ୧୯।୦୬: ପ୍ରେମ ପାଇଁ ପୂରା ଦୁନିଆ ପାଗଳ। ନିଜ ଭଲ ପାଇବାକୁ ପାଇବା ପାଇଁ ଲୋକେ ସବୁ କିଛି କରିବାକୁ ପଛଉ ନାହାନ୍ତି। ଭିନ୍ନ ଭିନ୍ନ ପ୍ରକାରର ପ୍ରେମ ବିବାହ ଏବଂ ଘଟଣା ଆପଣ ଦେଖିଥିବେ। ଏବେ ଏମିତି ଏକ ନିଆରା ପ୍ରେମ କାହାଣୀ ଓ ବିବାହ ଦେଖିବାକୁ ମିଳିଛି ଯେଉଁଠି ଗୋଟିଏ ପୁଅ ଏକା ସମୟରେ ଦୁଇ ଭଉଣୀକୁ ଧୂମଧାମରେ ବିବାହ କରିଛନ୍ତି। ଏହି ମାମଲା ଆଦିଲାବାଦ ଜିଲ୍ଲାର ଉତନୁର ମଣ୍ଡଳର ଘନପୁର ଗାଁର। ଏଠାରେ ଅର୍ଜୁନ ନାମକ ଜଣେ ଯୁବକଙ୍କୁ ଦୁଇ ଜଣ ଝିଅ ଭଲ ପାଇ ବସିଥିଲେ। ଏହି ତ୍ରିକୋଣୀୟ ଲଭ୍ ଷ୍ଟୋରୀ ଚାରି ବର୍ଷ ଧରି  ଚାଲିଥିଲା। ସବୁଠୁ ବଡ କଥା ଏହି ପ୍ରେମ କାହାଣୀ ବିଷୟରେ ଦୁଇ ଝିଅ ଅବଗତ ଥିଲେ। କେବଳ ଏତିକି ନୁହେଁ ଦୁଇ ଯୁବତୀ ଅର୍ଜୁନଙ୍କୁ ବିବାହ କରିବାକୁ ମଧ୍ୟ ରାଜି ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଆଦିବାସୀ ସଂପ୍ରଦାୟରେ ଗୋଟିଏ ସମୟରେ ଦୁଇ ଯୁବତୀଙ୍କୁ ବିବାହ କରିବା ଏକ ସାଧାରଣ କଥା।

ଜୁନ ୧୪ରେ ହେଲା ବିବାହ

ସୂଚନା ଅନୁଯାୟୀ, ଘନପୁର ଗାଁର ଅର୍ଜୁନ ଜୁନ ୧୪ରେ ଦୁଇ ଯୁବତୀଙ୍କୁ ବିବାହ କରିଛନ୍ତି। ଏଥିରେ ସମୁଦାୟର ଅନେକ ଲୋକ ସାମିଲ ହୋଇଥିଲେ। ପାରମ୍ପରିକ ପୋଷାକ ପିନ୍ଧି ବର ଓ ଦୁଇ କନ୍ୟା ଆଦିବାସୀ ରୀତିନୀତିରେ ବିବାହ କରିଥିଲେ। ସଂପ୍ରଦାୟର ମୁଖିଆ କହିଛନ୍ତି, ଆଦିବାସୀ ପ୍ରଥାରେ ଏହି ଧରଣର ବିବାହର ଅନୁମତି ରହିଛି। କିନ୍ତୁ ଗାଁରେ ପ୍ରଥମ ଥର କୌଣସି ଯୁବକଙ୍କୁ ଦୁଇ ଯୁବତୀ ବିବାହ କରିଛନ୍ତି। ଦୁଇ ଯୁବତୀ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ଜଣେ ପୁରୁଷଙ୍କ ଦୁଇ ପତ୍ନୀ ହେବାରେ ସେମାନଙ୍କର କୌଣସି ସମସ୍ୟା ନଥିଲା ବୋଲି ମୁଖିଆ କହିଛନ୍ତି।

ଚାରି ବର୍ଷ ଧରି ଚାଲିଥିଲା ପ୍ରେମ

ଅର୍ଜୁନଙ୍କୁ ପ୍ରଥମେ ନିଜ ବାପାଙ୍କ ଭଉଣୀଙ୍କ ଝିଅ ଉଷା ରାଣୀଙ୍କ ସହ ପ୍ରେମ ହୋଇଥିଲା। ପ୍ରେମ ଗାଡି ଚାଲିଥିବା ବେଳେ ଅର୍ଜୁନକୁ ନିଜ ଅନ୍ୟ ଖୁଡିଙ୍କ ଝିଅ ସୁରେଖା ପସନ୍ଦ ଆସିଥିଲା। ଏହା ପରେ ସେ ଦୁଇ ଜଣ ଯୁବତୀଙ୍କ ସହ ଚାରି ବର୍ଷ ଧରି ପ୍ରେମ କରି ଚାଲିଥିଲା। ଆଶ୍ଚର୍ଯ୍ୟକର କଥା ଏତେ ବର୍ଷ ପରେ ମଧ୍ୟ ଦୁଇ ଜଣ ଯୁବତୀ ଜାଣି ପାରିନଥିଲେ ଯେ, ଅର୍ଜୁନ ଏକ ସଙ୍ଗେ ଦୁହିଁଙ୍କୁ ଭଲ ପାଉଛି।

ଉଠିଲା ପରଦା

ଯେତେବେଳେ ଅର୍ଜୁନଙ୍କ ବାପା-ମା ତାର ବିବାହ କରିବାକୁ ନିଷ୍ପତ୍ତି ନେଲେ, ଏହା ପରେ ଯାଇ ଏହି ଘଟଣା ଉପରୁ ପଦାକୁ ହଟିଥିଲା। ଏହା ସତ୍ତ୍ଵେ ବି ଦୁଇ ଯୁବତୀ  ବିବାହ କରିବାକୁ ରାଜି ଥିଲେ। ଏହାକୁ ନେଇ ଅର୍ଜୁନ ମନରେ ମଧ୍ୟ କୌଣସି ଦ୍ଵିଧା ନଥିଲା। ସମୁଦାୟର ଜଣେ ସଦସ୍ୟ କହିଛନ୍ତି, ଦୁଇ ଯୁବତୀଙ୍କୁ ଗୋଟିଏ ଯୁବକ ସହ ବିବାହ କରିବା ମଞ୍ଜୁର ଥିଲା। ଅନ୍ୟପଟେ  ବାପା-ମା ଏବଂ ପରିବାରର ସଦସ୍ୟଙ୍କ କୌଣସି ଆପତ୍ତି ନଥିଲା, ଏଥିପାଇଁ ସମାଜର ଲୋକେ ଧୂମଧାମରେ ଏହି ବିବାହ କରାଇଥିଲେ। ଅର୍ଜୁନ ନିଜର  ବିଇଡି ପାଠ୍ୟକ୍ରମ ପୂରା କରି ସାରିଛି। ଏ ପର୍ଯ୍ୟନ୍ତ ତାକୁ ଚାକିରି ମଧ୍ୟ ମିଳିନାହିଁ। ତାର କହିବା  ଅନୁଯାୟୀ, ସେ ଏବେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି।  

   Related Posts