ହାଇଦ୍ରାବାଦ ଏନକାଉଣ୍ଟର: FIRରେ କାହିଁକି ନାହିଁ ପୋଲିସ କର୍ମଚାରୀଙ୍କ ନାମ ? ପ୍ରଶ୍ନ କଲେ ତେଲେଙ୍ଗାନା ହାଇକୋର୍ଟ

Published By : Prameya-News7 Bureau | December 09, 2019 IST

ହାଇଦ୍ରାବାଦ : ଶାଦନଗର ପୋଲିସ ଏନକାଉଣ୍ଟରର ଶୁଣାଣି ତେଲେଙ୍ଗାନା ହାଇକୋର୍ଟରେ ଆରମ୍ଭ ହୋଇଛି। ଏ ନେଇ ରୁଜୁ ଜନସ୍ୱାର୍ଥ ମାମଲାର କୋର୍ଟ ଶୁଣାଣି କରିଥିବା ବେଳେ ଏନକାଉଣ୍ଟରର ସାମିଲ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ହୋଇଛି କି ନା ସେ ନେଇ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ଆଡଭୋକେଟ ଜେନେରାଲ (ଏଜି) ମାମଲାର ପୋଲିସ ଏତଲା ହୋଇଥିବା କୋର୍ଟଙ୍କୁ କହିଥିଲେ । ତେବେ ଏଥିରେ ଏନକାଉଣ୍ଟରରେ ସାମିଲ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମ ନଥିବା ଜଣାଇଥିଲେ ।

{"id":195827,"width":582,"height":437,"sizeSlug":"large"}

ମାମଲାରେ କୋର୍ଟ ପ୍ୟୁପିଲ୍ସ ୟୁନିୟନ ଅଫ ସିଭିଲ ଲିବର୍ଟି ବିରୋଧରେ ମହାରାଷ୍ଟ୍ର ରାଜ୍ୟ ପ୍ରସଙ୍ଗକୁ ଉଲ୍ଲେଖ କରି ସୁପ୍ରିମକୋର୍ଟଙ୍କ ରାୟ ମନେ ପକାଇ ଦେଇଛନ୍ତି।  ଏଣୁ ଏଫଆଇଆରରେ ଏନକାଉଣ୍ଟରରେ ସାମିଲ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନାମ ଉଲ୍ଲେଖ ରହିବା ନିହାତି ଦରକାର ବୋଲି କହିଛନ୍ତି। ଏଜିଙ୍କୁ  କେବଳ ଔପଚାରିକତା ଲାଗି ଏଫଆଇଆର ରୁଜୁ କରିଦେଲେ ହେବ ନାହିଁ ବୋଲି କୋର୍ଟ କହିବା ସହ ଶାଦନଗର ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

{"id":195826,"width":580,"height":385,"sizeSlug":"large"}

ହାଇକୋର୍ଟ ଶାଦନଗର ଏନକାଉଣ୍ଟର ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ତେବେ ଏହା ପୂର୍ବରୁ ଏନକାଉଣ୍ଟରରେ ସାମିଲ ସାଇବରାବାଦ ପୋଲିସର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ତେବେ ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ସାମିଲ ଅଧିକାରୀ ଓ କର୍ମଚାରୀଙ୍କ ନାମ ପୋଲିସ ଗୋପନ ରଖିଛି। ହେଲେ ଲୋକଙ୍କ ଟେକାପଥର ମାଡରେ ଆହତ ପୋଲିସ କର୍ମଚାରୀଙ୍କ ନାମ ଅତୀତରେ  କମିଶନର ଭି.ସି.ସଜ୍ଜନାର ସାର୍ବଜନିକ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.