Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଏହି ସହରରେ କିଲୋ ପ୍ରତି ୩୫ ଟଙ୍କାରେ ମିଳୁଛି ପିଆଜ, କିଣିବାକୁ ଦେଖାଇବାକୁ ହେବ ଆଇଡି କାର୍ଡ

25/10/2020 at 11:37 AM

ନୂଆଦିଲ୍ଲୀ ୨୫/୧୦ : ସାରା ଦେଶରେ ପିଆଜ ଦର ବୃଦ୍ଧି ପାଉଥିବା ନେଇ ଲୋକଙ୍କୁ ଅନେକ ସମସ୍ୟା ହେଉଛି। ଅପରପକ୍ଷରେ ଦେଶର ଗୋଟିଏ ରାଜ୍ୟ ସରକାର ଏମିତି ଅଛନ୍ତି ଯିଏ ପିଆଜ କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରି କରୁଛନ୍ତି। କିନ୍ତୁ ଖାସ କଥା ହେଲା ଏହି ଦରରେ ପିଆଜ କିଣିବାକୁ ଆପଣଙ୍କୁ ଦୋକାନୀକୁ ପରିଚୟ ପତ୍ର ଦେଖାଇବାକୁ ହେବ। ଏହାସହ ଜଣେ ବ୍ୟକ୍ତିଙ୍କୁ ମାତ୍ର ୨ କିଲୋ ପର୍ଯ୍ୟନ୍ତ ପିଆଜ ମିଳିବ। ଆପଣ ୨ କିଲୋରୁ ଅଧିକ ପିଆଜ ନେଇପାରିବେ ନାହିଁ। ତେଲେଙ୍ଗାନା ସରକାର ଏହି ଉପାୟରେ ସାଧାରଣ ଜନତାଙ୍କୁ ପିଆଜ ଉପଲବ୍ଧ କରାଉଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ, ତେଲେଙ୍ଗାନା ସରକାରଙ୍କ ତରଫରୁ ଚାଲୁଥିବା ରାୟତୁ ବଜାରରେ ଶସ୍ତା ଦରରେ ପିଆଜ ମିଳୁଛି। ରାୟତୁ ବଜାରରେ କ୍ଷୁଦ୍ର ଚାଷୀ ସିଧା ଉପଭୋକ୍ତାଙ୍କୁ ପରିବା ବିକ୍ରି କରିପାରିବେ। ତେଲେଙ୍ଗାନା ସରକାର ଶନିବାର ଦିନ ଚାଷୀ ବଜାର ଜରିଆରେ କିଲୋ ପ୍ରତି ୩୫ ଟଙ୍କା ଦରରେ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ବର୍ତ୍ତମାନ ସାରା ଦେଶରେ ପିଆଜ ଦର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ପିଆଜ ଦର ୧୦୦ ଟଙ୍କାରେ ପହଞ୍ଚିଛି। ଅନେକ ମଣ୍ଡିରେ ପିଆଜ ଦର କିଲୋ ପ୍ରତି ୭୫ ଟଙ୍କାରେ ବିକ୍ରି ହେଉଛି।

NAFED ନିର୍ଦେଶକ କହିଛନ୍ତି ଯେ ପିଆଜ ଫସଲ ନଷ୍ଟ ହୋଇଯାଇଥିବାରୁ ପିଆଜ ଦର ବୃଦ୍ଧି ପାଇଥିବା ଜଣାପଡିଛି। ଖୁବ ଶୀଘ୍ର ପିଆଜ କିଲୋ ୨୧ ଟଙ୍କାରେ ଅନ୍ୟ ରାଜ୍ୟମାନଙ୍କୁ ପଠାଯିବ ବୋଲି ସେ କହିଛନ୍ତି। ଏହାପରେ ଟ୍ରାନ୍ସପୋର୍ଟ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ରାଜ୍ୟଗୁଡିକ ନିଜ ହିସାବରେ ମୂଲ୍ୟ ନିର୍ଧାରଣ କରି ପିଆଜ ବିକ୍ରି କରିପାରିବେ। NAFED ରୁ ପିଆଜ କିଲୋ ପ୍ରତି ୨୧ ଟଙ୍କାରେ କିଣି ରାଜ୍ୟ ୩୦ ଟଙ୍କାରେ ବିକ୍ରି କରିପାରିବ। ଦିଲ୍ଲୀ ସଫଳ ଷ୍ଟୋରରେ ପିଆଜ କିଲୋ ରାତି ୨୮ ଟଙ୍କାରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପାଖରେ ବଫର ଷ୍ଟକରେ କେବଳ ୨୫ ହଜାର ଟନ ପିଆଜ ଅଛି ଯାହା ନଭେମ୍ବର ପ୍ରଥମ ସପ୍ତାହ ଯାଏଁ ଶେଷ ହୋଇଯିବ। NAFED ର ପ୍ରବନ୍ଧ ନିର୍ଦେଶକ ସଂଜୀବ କୁମାର ଚଡ୍ଢା ଶୁକ୍ରବାର ଦିନ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଗତ କିଛି ସପ୍ତାହ ହେଲା ପିଆଜ ଦର କିଲୋ ପ୍ରତି ୭୫ ଟଙ୍କା ହୋଇଛି। ପିଆଜ ବଫର ଷ୍ଟକକୁ NAFED କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ ଓ ପ୍ରବନ୍ଧନ କରିଥାଏ ଯେପରି ଆବଶ୍ୟକ ପଡିଲେ ବ୍ୟବହାର କରାଯାଇପାରିବ। ଚଳିତ ବର୍ଷ NAFED ବଫର ଷ୍ଟକ ପାଇଁ ଏକ ଲକ୍ଷ ଟନ ପିଆଜ ସରକାରୀ ସ୍ଥରରେ କିଣିଥିଲା। ବର୍ତ୍ତମାନ ବୃଦ୍ଧି ପାଉଥିବା ପିଆଜ ଦର ଉପରେ ଲଗାମ ଲଗାଇବାକୁ ଏହାକୁ ବ୍ୟବହାର କରାଯାଉଛି।

   Related Posts