Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମାନିଲେ ତେଲେଙ୍ଗାନା ସରକାର, ରାଜ୍ୟରେ ୯୦ ପ୍ରତିଶତ ସଂକ୍ରମଣ ମାମଲାରେ ତବଲିଗି ଜମାତ ସଂପୃକ୍ତ

17/04/2020 at 10:11 PM

ହାଇଦ୍ରାବାଦ ୧୭।୦୪: ଭାରତରେ କରୋନା ଭାଇରସ୍ ମହାମାରୀ ବ୍ୟାପିବାରେ ସବୁଠୁ ବଡ ସ୍ରୋତ ତବଲିଗି ଜମାତ ସାବ୍ୟସ୍ତ ହୋଇଛି। ଜମାତି ମାନଙ୍କୁ ଖୋଜି କ୍ଵାରେଣ୍ଟାଇନ୍ କରିବାରେ ପୋଲିସ୍ ପ୍ରଶାସନକୁ ନାକେଦମ ହେବାକୁ ପଡିଛି। ତବଲିଗି ଜମାତଙ୍କ ଦ୍ଵାରା ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ଓ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ କରୋନା  ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଛି। ଏବେ ତେଲେଙ୍ଗାନା ସରକାର ସ୍ଵୀକାର କରିଛନ୍ତି ଯେ, ତବଲିଗି ଜମାତିଙ୍କ ପାଇଁ ରାଜ୍ୟରେ କରୋନାର ବ୍ୟାପକତା ବଢିଛି।

ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ହାଇଦ୍ରାବାଦ ନଗରପାଳିକା କ୍ଷେତ୍ରରେ ସବୁଠୁ ଅଧିକ କରୋନା ଭାଇରସ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସମଗ୍ର ରାଜ୍ୟରେ ବ୍ୟାପକ ଭାବେ ବଢିଥିବା କରୋନା ସଂକ୍ରମିତ ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀର ମରକଜ ଧାର୍ମିକ ସମାରୋହକୁ ଦାୟୀ କରିଛନ୍ତି । ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ଯେ, ମୋଟ୍ ସଂକ୍ରମଣର ୯୦ ପ୍ରତିଶତ ମାମଲା ମରକଜ ସହ ସମ୍ବନ୍ଧିତ । ରାଜ୍ୟରେ ଅଦ୍ୟାବଧି ସଂକ୍ରମିତ ୭୦୦ ଜଣଙ୍କ ମଧ୍ୟରୁ ୬୪୫ ଜଣ ତବଲିଗି ଜମାତର ଲୋକ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି। ସରକାର କହିଛନ୍ତି ଯଦି ମରକଜ ଘଟଣା ହୋଇନଥାନ୍ତା ତେବେ ରାଜ୍ୟରେ ଆଜି ଏମିତି ସ୍ଥିତି ଉପୁଜିନଥାନ୍ତା ।

ଅନ୍ୟପଟେ ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ପରିଧିରେ ସବୁଠୁ ଅଧିକ କରୋନା ଭାଇରସର ୨୪୦ ସକ୍ରିୟ ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ରୋଗୀଙ୍କକୁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ କରି ପରୀକ୍ଷଣ କରାଯାଉଛି । ପ୍ରତି କଣ୍ଟେନମେଣ୍ଟ କ୍ଷେତ୍ରରେ ସ୍ୱାସ୍ଥ୍ୟ, ପୋଲିସ ଓ ନଗର ପାଳିକାର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।

   Related Posts