ମୁମ୍ବାଇ ୨୨/୧୨ : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରେ ଏତେ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଯେ ଲୋକେ ତାଙ୍କୁ ଭଗବାନଙ୍କ ଠାରୁ କମ୍ ବୋଲି ଭାବୁ ନାହାନ୍ତି। ରିଲ୍ ଲାଇଫ୍ ଭିଲେନ୍ ରିୟଲ୍ ଲାଇଫରେ ହିରୋର କାମ କରି ଦେଖାଇଛନ୍ତି। ସୋନୁ ସୁଦଙ୍କ ପ୍ରତି ନିଜର ଆଭାର ଦର୍ଶାଇବା ପାଇଁ କିଏ ନିଜ ପିଲାଙ୍କ ନାଁ ତାଙ୍କ ନାଁରେ ରଖିଛି ତ କିଏ ତାଙ୍କ ନାଁରେ ଦୋକାନ ଖୋଲିଛି। ତେଲେଙ୍ଗାନାର ଗୋଟିଏ ଗାଁରେ ସୋନୁ ସୁଦଙ୍କୁ ଭଗବାନଙ୍କ ଦର୍ଜା ଦିଆଯାଇଛି। ତେଲେଙ୍ଗାନାର ଡୁବ୍ବା ଟାଣ୍ଡା ଗ୍ରାମବାସୀ ସୋନୁ ସୁଦଙ୍କ ନାଁରେ ଏକ ମନ୍ଦିର ତିଆରି କରି ତାଙ୍କୁ ସମ୍ମାନିତ କରିଛନ୍ତି। ଗ୍ରାମବାସୀ ସିଦ୍ଦିପେଟ ଜିଲ୍ଲା ଅଧିକାରୀଙ୍କ ସାହାଯ୍ୟରେ ଏହି ମନ୍ଦିର ନିର୍ମାଣ କରିଛନ୍ତି।
{"id":381048,"sizeSlug":"large","linkDestination":"none"}ମନ୍ଦିର ଲୋକାର୍ପଣ ମୂର୍ତ୍ତିକାର ଓ ସ୍ଥାନୀୟ ଲୋକ କରିଛନ୍ତି। ଗ୍ରାମବାସୀ ସୋନୁ ସୁଦଙ୍କ ଆଳତି ମଧ୍ୟ କରିଥିଲେ। ଏହି ରିୟଲ ଲାଇଫ ହିରୋଙ୍କୁ ଲୋକଙ୍କ ଅନେକ ସ୍ନେହ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସୋନୁ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି। ସେଥିପାଇଁ ତାଙ୍କ ମନ୍ଦିର ନିର୍ମାଣ କରି ଗ୍ରାମବାସୀ ବହୁତ ଖୁସି ଅଛନ୍ତି।
{"id":381050,"sizeSlug":"large","linkDestination":"none"}ସୋନୁ ସୁଦ ନିଜ ପ୍ରତି ଲୋକଙ୍କ ସ୍ନେହ ଦେଖି ଖୁବ ବିନମ୍ର ଅନୁଭୂତ କରିଛନ୍ତି। ସୋନୁ ନିଜ ବୟାନରେ କହିଛନ୍ତି ଯେ, 'ଏସବୁ ମୋତେ ଭାବବିହ୍ୱଳ କରିଦେଇଛି। କିନ୍ତୁ ଏସବୁ କରିବା କିଛି ଆବଶ୍ୟକ ନଥିଲା। ମୁଁ ଜଣେ ସାଧାରଣ ବ୍ୟକ୍ତି ଯିଏ ନିଜ ଦେଶବାସୀଙ୍କ ପାଇଁ ଭାଇଭଉଣୀଙ୍କୁ ସାହାଯ୍ୟ କରିଛି।'