ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତା ୨୩ରେ ଆସିବେ ଓଡ଼ିଶା, ନବୀନ ନିବାସରେ କରିବେ ରାତ୍ରୀ ଯାପନ

Published By : Prameya-News7 Bureau | December 21, 2018 IST

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସପରିବାର ଆସନ୍ତା ୨୩ ତାରିଖ ଠାରୁ ଆନ୍ଧ୍ର, ଓଡିଶା. ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରିବେ । ସେ ୨୩ ତାରିଖ ଦିନ ବିଶାଖାପାଟନାରେ ପହଞ୍ଚିବା ପରେ ସେଠାରେ କିଛି ପୂଜାଅର୍ଚନା କରି ସ୍ୱାମୀ ସ୍ୱରୂପା ନନ୍ଦଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେବା ସହିତ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ । ଏହା ପରେ ସେ ଭୁବନେଶ୍ୱର ଆସି ସନ୍ଧ୍ୟା ୬ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ସେଦିନ ନବୀନ ନିବାସରେ ରାତ୍ରୀ ଯାପନ କରିବେ । ୨୪ ତାରିଖ ଦିନ କେସିଆର ପୁରୀ ଓ କୋଣାର୍କ ପରିଦର୍ଶନ କରି ସେଠାରେ କିଛି ପୂଜାଅର୍ଚନା କରିବା ପରେ ଭୁବନେଶ୍ୱର ଫେରିଆସିବେ ଏବଂ ଏଠାରେ ମଧ୍ୟାହ୍ନ ଭୋଜନ କରିବେ । ସେହିଦିନ ସନ୍ଧ୍ୟାରେ ସେ ବିମାନ ଯୋଗେ କୋଲକାତା ଯିବେ ଏବଂ ଅପରାହ୍ନ ୪ଟା ବେଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ସପରିବାର କାଳୀମନ୍ଦିର ପରିଦର୍ଶନ କରିବା ପରେ ସେହି ଦିନ ସେ ନୂଆଦିଲ୍ଲୀ ଫେରିଯିବେ । ଡିସେମ୍ବର ୨୫ତାରିଖରୁ ୨/୩ ଦିନ ପାଇଁ ନୂଆଦିଲ୍ଲୀରେ ଅବସ୍ଥାନ କରିବେ । ଏହି ରହଣି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଏସପି ନେତ୍ରୀ ମାୟାବତୀ, ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.