ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର, ବିରୋଧୀ ଦଳକୁ କରିବେ ଏକ୍‌ଜୁଟ

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧: ମୋଦି ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ ଦୋବକୁ ଫୁଲ୍‌ ପ୍ରସ୍ତୁତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏବେ ସେ ଏନଡିଏ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରୁଥିବା ସୂଚନା ମିଳିଛି। ଡିସେମ୍ବର ମାସର ଦ୍ବିତୀୟ ସପ୍ତାହରେ ସମସ୍ତ ବିରୋଧୀ ଦଳକୁ ନେଇ ଏକ କନ୍‌କ୍ଲେଭ କରିବେ ବୋଲି କେସିଆର ଘୋଷଣା କରିଛନ୍ତି। ବିଜେପି ବିରୋଧୀ ନେତାଙ୍କ ସହ ଆଲୋଚନା କରିବା ସହ ହାଇଦ୍ରାବାଦରେ ଏକ କନ୍‌କ୍ଲେଭ୍‌ କରିବେ ବୋଲି କେସିଆର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କେସିଆର କହିଛନ୍ତି, ମୋଦି ନିଜକୁ ରେଳ ଷ୍ଟେସନର ଚା’ ବାଲା ବୋଲି କହୁଥିଲେ ଏବେ ରେଳ ଷ୍ଟେସନ୍‌ ବିକ୍ରି କରୁଛନ୍ତି। ପିଟିଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କେସିଆର କହିଛନ୍ତି, ‘ଭଗବାନ ଜାଣନ୍ତି.. ଚା’ ବାଲା କେଉଁଆଡ଼େ ଗଲେ। ଯେଉଁ ବ୍ୟକ୍ତି ଚା ବିକ୍ରି କରୁଥିବା କହୁଥିଲେ ସେ ଏବେ ରେଳ ଷ୍ଟେସନ୍‌ ବିକ୍ରି କରୁଛନ୍ତି… ରେଲ୍‌ଓ୍ବେର ଘରୋଇକରଣର ଆବଶ୍ୟକତା କଣ, ଯାହାକି ଲକ୍ଷ ଲକ୍ଷ ଚାକିରୀ ଦେଉଛି ଓ କୋଟି କୋଟି ଲୋକଙ୍କୁ ସେବା ଯୋଗାଉଛି ?’

ପବ୍ଳିକ୍‌ ସେକ୍ଟର ଅଣ୍ଡରଟେକିଂ ଓ କୃଷକ ବିରୋଧୀ କାର୍ଯ୍ୟକୁ ନେଇ ମୋଦି ସରକାରଙ୍କ ବ୍ୟବହାର ବିରୋଧରେ ସ୍ବର ଶାଣିତ ହେବା ଆବଶ୍ୟକ ବୋଲି କେସିଆର କହିଛନ୍ତି। ଡିସେମ୍ବର ୧ରେ ହେବାକୁ ଯାଉଥିବା ହାଇଦ୍ରାବାଦ ମୁନିସ୍‌ପାଲିଟି କର୍ପୋରେସନ୍‌ ନିର୍ବାଚନକୁ ନେଇ ପାର୍ଟି କାର୍ଯ୍ୟକର୍ତ୍ତାକୁ ସମ୍ବୋଧନ କଲା ବେଳେ ଏଭଳି କହିଛନ୍ତି ଚନ୍ଦ୍ର ଶେଖର ରାଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.