ତେଲଙ୍ଗନାରେ ହେବ ଆଗୁଆ ନିର୍ବାଚନ : ବିଧାନସଭା ଭାଙ୍ଗିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 06, 2018 IST

ହାଇଦ୍ରାବାଦ ୬|୯: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ କରିବା ପାଇଁ ତେଲଙ୍ଗନାର କ୍ଷମତାସୀନ ଟିଆରଏସ ନିଷ୍ପତ୍ତି ନେଇଛି । ଆଜି ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିଧାନସଭା ଭାଙ୍ଗିବା ପାଇଁ ରାଜ୍ୟପାଳ ଇଏସଏଲ ନରସିଂହାଙ୍କୁ ଧାଡିକିଆ ପ୍ରସ୍ତାବ ଦେଇଛନ୍ତି । ଫଳରେ ସାଧାରଣ ନିର୍ବାଚନର ୬ମାସ ପୂର୍ବରୁ ତେଲଙ୍ଗନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ସାଧାରଣ ନିର୍ବାଚନ ସମୟରେ ଏକା ସହିତ ବିଧାନସଭା ନିର୍ବାଚନ କଲେ ଆଞ୍ଚଳିକ ସମସ୍ୟାଗୁଡିକ ଦବିଯିବ ଓ ଜାତୀୟ ପ୍ରସଙ୍ଗ ଭୋଟରଙ୍କୁ ପ୍ରଭାବିତ କରିବା ଆଶଙ୍କାରେ ଟିଆରଏସ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସମଗ୍ର ଦେଶରେ ଏକକ ନିର୍ବାଚନ ନେଇ ମତ ମତାନ୍ତର ଚାଲିଥିବାବେଳେ ତେଲଙ୍ଗନା ଟିଆରଏସ ସରକାରଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.