ତେଲେଙ୍ଗାନାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି

Published By : Prameya-News7 Bureau | September 11, 2018 IST

ତେଲେଙ୍ଗାନା ୧୧/୯:ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାର କୋଣ୍ଡାଗାଟ୍ଟୁରେ ଗୋଟିଏ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିପଡ଼ିଛି। ବସରେ ୫୪ଜଣ ଯାତ୍ରା କରିବା ବଦଳରେ ୬୦-୬୫ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଯେଉଁଥିପାଇଁ ବସ୍ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସଟି ପାହାଡ଼ରୁ ତଳକୁ ଖସିପଡ଼ିଥିଲା। ମୃତକଙ୍କ ମଧ୍ୟରେ ୪୦ଜଣ ମହିଳା ଥିବାର ଜଣାପଡ଼ିଛି। ଗୁରୁତର ଆହତଙ୍କୁ କରିମ୍ ନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଏନ୍ ଉତ୍ତମ କୁମାର ରେଡ୍ଡୀ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.