Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଟେଲିକମ୍ ଗ୍ରାହକଙ୍କୁ ଲାଗିବ ଝଟକା : ୧୫ ରୁ ୨୦ ପ୍ରତିଶତ ବଢିପାରେ ମୋବାଇଲ ଟାରିଫ୍, ଜାଣନ୍ତୁ କାରଣ

16/11/2020 at 3:23 PM

ନୂଆଦିଲ୍ଲୀ ୧୬/୧୧ : ମହଙ୍ଗା ହେବ ମୋବାଇଲରେ କଥାବାର୍ତ୍ତା ଏବଂ ଇଣ୍ଟରନେଟ୍ ବ୍ୟବହାର । ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ରୁ ୨୦ ପ୍ରତିଶତ ବଢାଇପାରନ୍ତି ଟେଲିକମ୍ କମ୍ପାନୀ । ସେମାନଙ୍କ କହିବା କଥା ଯେ ଟେଲିକମ୍ କମ୍ପାନୀ ଗୁଡିକ ଏବେ ଅନେକ ପରିମାଣର କ୍ଷତି ସହୁଥିବାରୁ ଏଭଳି ନିଷ୍ପତ୍ତି ନେବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ସରକାର ଏଜିଆର ଜରିଆରେ ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଥିବାରୁ ଟେଲିକମ୍ ସେକ୍ଟର ଗୁଡିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି ।

ସୂଚନା ଅନୁସାରେ ଭୋଡାଫୋନ-ଆଇଡିଆ ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ ରୁ ୨୦ ପ୍ରତିଶତ ବଢାଇପାରନ୍ତି । ଭାରତୀ ଏୟାରଟେଲ ମଧ୍ୟ ମୋବାଇଲ ଟାରିଫ୍ ବଢାଇାବା ନେଇ ପୂର୍ବାଭାସ ମିଳିଛି । କିନ୍ତୁ   ରିଲାଏନ୍ସ ଜିଓ ଟାରିଫ୍ ବଢାଇବା ନେଇ ପଦକ୍ଷେପ ନେବା ପରେ ଏୟାରଟେଲ ତାର ପଦକ୍ଷେପ ନେଇପାରେ । ସରକାର ଏଜିଆର ଦ୍ବାରା ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଥିବାରୁ ଟେଲିକମ୍ କମ୍ପାନୀ ଗୁଡିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ବଢାଇବାକୁ ହେବ ବୋଲି କେତେକ କମ୍ପାନୀ ଦାବି କରିଛନ୍ତି କିନ୍ତୁ ଏକାଥରେ ୨୫ ପ୍ରତିଶତ ଟାରିଫ୍ ବଢାଇବା ସମ୍ଭବ ନୁହେଁ । ସେଥିପାଇଁ କମ୍ପାନୀ ଦୁଇ ଥର କିମ୍ବା ତିନି ଥରରେ ଟାରିଫ୍ ବଢାଇବାକୁ ପଦକ୍ଷେପ ନେଇପାରନ୍ତି ।

ଏହା ପୂର୍ବରୁ ୩ ପ୍ରମୁଖ ଟେଲିକମ୍ କମ୍ପାନୀ ୨୦୧୯ ଡିସେମ୍ବରରେ ଟେଲିକମ୍ ଟାରିଫ୍ ବୃଦ୍ଧି କରିଥିଲେ । ୨୦୧୬ରେ ରିଲାଏନ୍ସ ଜିଓ ବଜାର ପ୍ରବେଶ କରିବା ପରେ ବିଭିନ୍ନ ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ କମ ଦାମରେ ସେବା ଯୋଗାଇ ଦେବାକୁ ପ୍ରତିଦ୍ବନ୍ଦୀତା ଆରମ୍ଭ କରିଦେଇଥିଲେ । ଏହା ପରେ ୨୦୧୯ ଡିସେମ୍ବରରେ ପ୍ରଥମ ଥର ପାଇଁ ଟାରିଫ୍ ବଢାଇଥିଲେ ଟେଲିକମ୍ କମ୍ପାନୀ ।

୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ ଭାରତୀ ଏୟାରଟେଲ ସବୁଠାରୁ ଅଧିକ ରୋଜଗାର କରିଛି । ଭାରତୀ ଏୟାରଟେଲ ପ୍ରତି ଗ୍ରାହକ ପିଛା ୧୬୨ ଟଙ୍କାର ରାଜସ୍ବ କମାଇଛି । ସେହିଭଳି ରିଲାଏନ୍ସ ଜିଓ ୧୪୫ ଏବଂ ଭୋଡାଫୋନ-ଆଇଡିଆ ୧୧୯ ଟଙ୍କା ରାଜସ୍ବ ଆକାରରେ ପାଇଛି । ସରକାରଙ୍କ ଦ୍ବାରା ଆଦାୟ ହେଇଥିବା ଏଡଜଷ୍ଟେଡ୍ ଗ୍ରୋସ ରେଭିନ୍ୟୁ (ଏଜିଆର) ପାଇଁ ଟେଲିକମ୍ କମ୍ପାନୀ ଗୁଡିକୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଏଜିଆର ଆଦାୟ କାରଣରୁ ଗତ ବର୍ଷ ଭୋଡାଫୋନ-ଆଇଡିଆ ୫୦ ହଜାର ୯୨୧ କୋଟି ଟଙ୍କାର କ୍ଷତି ସହିଥିଲା । ତେବେ ସୁପ୍ରିକୋର୍ଟ ଏଜିଆରର ବକେୟା ପରିମାଣ ଶୁଝିବା ପାଇଁ କମ୍ପାନୀକୁ ୧୦ ବର୍ଷ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କାରଣରୁ  ଭାରତୀ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ବକେୟା ପୈଠ କରିବା ପାଇଁ କିଛି ସମୟ ମଧ୍ୟ ପାଇଛନ୍ତି ।

   Related Posts