Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଆର୍ଥିକ ସଙ୍କଟରେ ଟେଲିକମ ଇଣ୍ଡଷ୍ଟ୍ରି, ଅପରେଟର ବନ୍ଦ କରିପାରନ୍ତି ଫ୍ରି ଟକ୍ ଟାଇମ୍ ଅଫର

30/10/2019 at 5:42 PM

ନୂଆଦିଲ୍ଲୀ : ଟେଲିକମ୍ ଇଣ୍ଡଷ୍ଟ୍ରିରେ ଉପୁଜିଥିବା ଆର୍ଥିକ ସଙ୍କଟର ପ୍ରଭାବ ଏବେ ଉପଭୋକ୍ତାଙ୍କ ମୋବାଇଲ ଉପରେ ପଡିପାରେ। ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ର ସରକାର ଏବେ ଡାଟା ସର୍ଭିସ ଓ ଭୟେସ୍ କଲ ଉପରେ ନ୍ୟୁତମ ଚାର୍ଜ ନିର୍ଦ୍ଧାରିତ କରିପାରନ୍ତି। ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି ଜିଓ ସମେତ ସମସ୍ତ ଟେଲିକମ୍ ଅପରେଟର ଉପଭୋକ୍ତାଙ୍କୁ ଦେଉଥିବା ଅନଲିମିଟେଡ ଫ୍ରି କଲିଂ ସର୍ଭିସ ସମାପ୍ତ କରିପାରନ୍ତି।

ଟେଲିକମ୍ ଉଦ୍ୟୋଗରେ ରିଲାଏନ୍ସ ଜିଓର ପ୍ରବେଶ ପରେ ଅନ୍ୟ କମ୍ପାନୀମାନେ ସେମାନଙ୍କର ଟାରିଫ ପ୍ଲାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଜିଓ ତାର ୟୁଜରମାନଙ୍କୁ ଅନଲିମିଟେଡ ଟକ୍ ଟାଇମ ଅଫର ସହ ୪ଜି ସ୍ପିଡରେ ଡାଟା ଉପଲବ୍ଧ କରିବାକୁ ଘୋଷଣା କରିଥିଲା। ସେହି ଅନୁସାରେ ଅନ୍ୟ କମ୍ପାନୀମାନେ ନିଜ ଗ୍ରାହକଙ୍କ ଲାଗି ଜିଓ ସମାନ୍ତରାଳରେ ଲୋଭନୀୟ ଅଫର ପ୍ଲାନ ବଜାରରେ ଉପଲବ୍ଧ କରିବାକୁ ବାଧ୍ୟ ହୋଇଥିଲେ।  ଫଳରେ କମ୍ପାନୀମାନଙ୍କର ମାର୍ଜିନ ହ୍ରାସ ହୋଇଥିବା ବେଳେ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛନ୍ତି।

ଟାରିଫ ଚାର୍ଜରେ ବଡ ଡିଡକ୍ସନ ସାଙ୍ଗକୁ ଗ୍ରସ ରେଭିନ୍ୟୁରେ ପୁରୁଣା ଲୋନ ଆଡଜଷ୍ଟ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କମ୍ପାନୀମାନଙ୍କ ଉପରେ ଏବେ ମୋଟା ରକମର ଆର୍ଥିକ ବୋଝ ଲଦିଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ ଆଗାମୀ ବର୍ଷ ହେବାକୁ ଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ଭାଗନେବା ଲାଗି କମ୍ପାନୀମାନେ ଏବେ ନଗଦ ସଂଗ୍ରହ କରିବା ପରିସ୍ଥିତିରେ ବି ନାହାନ୍ତି। ସେପଟେ ଟେଲିକମ୍ କମ୍ପାନୀମାନଙ୍କ ଉପରେ ବାକିଥିବା ୭ଲକ୍ଷ କୋଟି ଟଙ୍କା ପୈଠ କରିବାକୁ ସୁପ୍ରିମକୋର୍ଟ ସେମାନଙ୍କୁ ମାତ୍ର ୩ ମାସ ସମୟ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭୋଡଫୋନ ଓ ଏୟାରଟେଲ ଉପରେ ବାକିଥିବା ଲାଇସେନ୍ସ ଶୁଳ୍କ ଓ ସ୍ପେକ୍ଟ୍ରମ ଉପଯୋଗ (ଏସୟୁସି) ଶୁଳ୍କବାବଦେ ସୁପ୍ରିମକୋର୍ଟ ଯଥାକ୍ରମେ ୩୯ ହଜାର ଓ ୪୧ ହଜାର କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ସରକାର ଦୂରସଞ୍ଚାର କ୍ଷେତ୍ରର ନିୟାମକ ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ)ଙ୍କୁ ନିମ୍ନତମ ଭଢା ଉପରେ ତାଙ୍କର ସୁପାରିଶ ଦେବାକୁ କହିଛନ୍ତି। ଯଦି ଏପରି ହୁଏ ତେବେ ଟେଲିକମ ଅପରେଟରମାନଙ୍କୁ ସେମାନଙ୍କ ଭୟସ ଓ ଡାଟା ସର୍ଭିସ ଲାଗି ନିଶ୍ଟିତ ରୂପେ ନ୍ୟୁନତମ ଟାରିଫ ଫିକ୍ସ କରିବାକୁ ପଡିବ। ଫଳରେ କମ୍ପାନୀମାନେ ଏପର୍ଯ୍ୟନ୍ତ ଦେଇ ଆସୁଥିବା ଫ୍ରି ଟକ୍ ଟାଇମ ଅଫର ହୁଏତ ଆଉ ଦେଇ ନ ପାରନ୍ତି।

   Related Posts