ଆସନ୍ତା ମାସରେ ଭାରତରେ ଆରମ୍ଭ ହୋଇପାରେ 5G ଟ୍ରାଏଲ : ଚୀନ କମ୍ପାନୀକୁ ନୋ ଏଣ୍ଟ୍ରି

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬/୦୮ : ଦେଶରେ ଟେଲିକମ ସେକ୍ଟରକୁ ନୂଆ ଦିଗ ଆଡକୁ ଆଗକୁ ବଢାଇବାକୁ 5G ସେବା ଉପରେ କାମ ଚାଲିଛି | ଆସନ୍ତା ମାସରେ ଅର୍ଥାତ ସେପ୍ଟେମ୍ବର ମାସରେ 5G ଟ୍ରାଏଲ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି | ଏଥିପାଇଁ ଦୂର ସଞ୍ଚାର ବିଭାଗ କମ୍ପାନୀଗୁଡିକର ସ୍ପେକଟ୍ରମ ଉପଲବ୍ଧ କରାଇବାକୁ ବିଚାର କରାଯାଉଛି ଯେପରିକି ଏହାର ଟ୍ରାଏଲ କରାଯାଇପାରିବ | ତେବେ ସ୍ପେକଟ୍ରମ ନିଲାମୀ ଏବେ ହେବନାହିଁ |

{"id":315379,"sizeSlug":"large"}

ବିଜନେସ ଚାନେଲ ସିଏନବିସି ଟିଭି ୧୮ର ରିପୋର୍ଟ ଅନୁଯାୟୀ, ଦୂରସଞ୍ଚାର ବିଭାଗ ଦେଶରେ ଏହି ସେବା ଆରମ୍ଭ କରିବା ପୂର୍ବରୁ ଏହାର ଭଲ ଭାବେ ଟ୍ରାଏଲ କରିବା ଆବଶ୍ୟକ | ରିପୋର୍ଟରେ ଜଣେ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବି କରାଯାଇଛି ଯେ କମ୍ପାନୀଗୁଡିକୁ ଅତିକମରେ ୬ ମାସ ପର୍ଯ୍ୟନ୍ତ 5G ଡିଭାଇସ ଓ ସ୍ପେକଟ୍ରମ ଟ୍ରାଏଲ କରିବାକୁ ହେବ | ରିପୋର୍ଟ ଅନୁଯାୟୀ, ଯଦି ଏହି ଟ୍ରାଏଲ ସଫଳ ହୁଏ ତାହେଲେ ଆସନ୍ତା ବର୍ଷ 5G ସ୍ପେକଟ୍ରମ ନିଲାମୀ ଉପରେ ସରକାର ବିଚାର କରିବେ | 5G ଆସିବାପରେ ଦେଶରେ ଇଣ୍ଟରନେଟ ସ୍ପିଡ଼ ଆହୁରି ବଢିବ ଏବଂ ଲୋକଙ୍କ ଇଣ୍ଟରନେଟ ବ୍ୟବହାର କରିବାକୁ ଆହୁରି ସୁବିଧା ହେବ ଏବଂ ଏହାର ଅନୁଭବ ମଧ୍ୟ ଭଲ ରହିବ |

{"id":315381,"sizeSlug":"large"}

ଦେଶରେ ବର୍ତ୍ତମାନ 4G ସେବା ଚାଲୁଚି | ୨୦୧୨ ମସିହାରେ ବ୍ରଡ଼ବ୍ରାଣ୍ଡ ଭାବେ 4G ସେବା ଆରମ୍ଭ ହୋଇଥିଲା | ୨୦୧୪ ମସିହାରେ ଏୟାରଟେଲ 4G ମୋବାଇଲ ସେବା ଆରମ୍ଭ କରିଥିଲା | ଏହାପରେ ଧୀରେ ଧୀରେ ସମସ୍ତ ପ୍ରମୁଖ କମ୍ପାନୀ 4G ସେବା ଆରମ୍ଭ କରିଥିଲେ |

{"id":315388,"sizeSlug":"large"}

ରିପୋର୍ଟରେ କୁହାଯାଇଛି ଯେ, ଏହି ଟ୍ରାଏଲ ପାଇଁ ଚୀନ କମ୍ପାନୀଗୁଡିକୁ ଏଣ୍ଟ୍ରି ଦିଆଯିବ ନାହିଁ | ଚୀନ କମ୍ପାନୀ 5G ସେବା ଟ୍ରାଏଲ କିମ୍ବା ନିଲାମୀରେ ସାମିଲ ହୋଇପାରିବେ ନାହିଁ ବୋଲି ଟେଲିକମ ବିଭାଗ ପରାମର୍ଶ ଦେଇଛି | ଟେଲିକମ ବିଭାଗ ଅଧିକାରୀଙ୍କ ଅନୁଯାୟୀ, ଟ୍ରାଏଲରେ ସାମିଲ ହେବ ପାଇଁ ନୋକିଆ, ସାମସଙ୍ଗ, ଏରିକ୍ସନ୍ କୁ ଅନୁମତି ମିଳିଛି | ଏହିସବୁ କମ୍ପାନୀର ଡିଭାଇସରେ ସର୍ବ ପ୍ରଥମେ 5G ସେବା ଟ୍ରାଏଲ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.