Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଓଟିପି ଓ ଜରୁରୀ ଏସଏମଏସ ପାଇବାରେ ହେଉଛି ଅସୁବିଧା ! ନୂଆ ନିୟମ ଲାଗୁ କରିଛନ୍ତି ଟେଲିକମ୍ କମ୍ପାନୀ

9/03/2021 at 12:27 PM

ନୂଆଦିଲ୍ଲୀ,୦୯/୦୩:   ଅନାବଶ୍ୟକ କଲକୁ ନେଇ ସରକାରୀ କଟକଣା ପରେ ଟେଲିକମ୍ କମ୍ପାନୀମାନେ ଏବେ ନୂଆ ନିୟମ ଲାଗୁ କରିଛନ୍ତି । ଫଳରେ ଲକ୍ଷାଧିକ ଗ୍ରାହକଙ୍କୁ ଓଟିପି ଭଳି ଜରୁରୀ ଏସଏମଏସ ପାଇବା ପାଇଁ ଅସୁବିଧା ହେଉଛି । ଏହା କିଛିଦିନ ଯାଏଁ ଲାଗି ରହିବ । ଗ୍ରାହକଙ୍କୁ ଆଧାର ଓଟିପି, କୋଓ୍ୱିନ୍ ପ୍ଲାଟଫର୍ମ ଦ୍ୱାରା କୋଭିଡ୍ ଭାକସିନେସନ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ମୋବାଇଲକୁ ଆସୁଥିବା ଏସଏମଏସରେ ମଧ୍ୟ ସମସ୍ୟା ଉପୁଜିଛି ।

ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୂରସଂଚାର ନିୟାମକ ଟ୍ରାଇ ଅନାବଶ୍ୟକ କଲ୍ ଓ ଫେକ୍ ଏସଏମଏସରୁ ରକ୍ଷା ପାଇଁ ଟେଲିକମ୍ କମ୍ପାନୀଙ୍କୁ ଗ୍ରାହକଙ୍କ ରେଜିଷ୍ଟ୍ରେସନ ପାଇଁ ନୂଆ ନିୟମ ଲାଗୁ କରିଛି । ଏୟାରଟେଲ୍, ଭୋଡାଫୋନ୍ ଓ ଆଇଡିଆ ରବିବାର ରାତିରୁ ଏହାକୁ ଲାଗୁ କରିଛନ୍ତି ।

ଟ୍ରାଇ ଏହାକୁ ୨୦୧୯ରୁ ଲାଗୁ କରିବାରୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ନିକଟରେ ଫିସିଂ ଆଟାକ୍ ଓ ଅନାବଶ୍ୟକ କମର୍ସିଆଲ ସଂଚାର ବୃଦ୍ଧି ମାମଲା ସାମ୍ନାକୁ ଆସିବା ପରେ ଏହାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

ଅତିଶୀଘ୍ର ହେବ ସମାଧାନ

ସୋମବାରଠାରୁ ଲକ୍ଷାଧିକ ଗ୍ରାହକ ଜରୁରୀ ଏସଏମଏସ ହାସଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତି ସମସ୍ୟାର ସମାଧିନ ଖୁବ୍ ଶୀଘ୍ର ହେବ ବୋଲି ଟେଲିକମ୍ କମ୍ପାନୀମାନେ କହିଛନ୍ତି । ଟ୍ରାଇ ଟେଲିକମ୍ ଅପରେଟରଙ୍କୁ ଅନାବଶ୍ୟକ କଲ୍ ରୋକିବାକୁ ବ୍ଲକ୍ ଚେନ୍ ଟେକନୋଲୋଜି ବ୍ୟବହାର ପାଇଁ କହିଥିଲା । ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ଅନାବଶ୍ୟକ କଲ୍ ଓ ସ୍ପାମ୍ ସମ୍ପନ୍ଧିତ ନିୟମରେ ୨୦୧୮ରେ ପରିବର୍ତ୍ତନ କରିଥିଲା ।

   Related Posts