ତେଲେଙ୍ଗାନାରେ ଘରୋଇ ଯାତ୍ରୀଙ୍କ ସ୍କ୍ରିନିଂ ବନ୍ଦ, ସିଧା ପଠାଯାଉଛି କ୍ଵାରେଣ୍ଟାଇନ୍କୁ
5/06/2020 at 9:28 PM

ହାଇଦ୍ରାବାଦ ୦୫।୦୬: ପଡୋଶୀ ଆନ୍ଧ୍ର ପ୍ରଦେଶରେ ଟ୍ରେନ୍, ବସ୍ ଏବଂ ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ କୌଣସି ବି ସୂଚନା ଓ୍ଵେବ୍ସାଇଟ୍ରେ ଉପଲବ୍ଧ କରାଯାଉନାହିଁ। ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧ କିମ୍ବା କିମ୍ବା ହୋମ୍ କ୍ଵାରେଣ୍ଟାଇନ୍କୁ ପଠାଇ ଦିଆଯାଉଛି। ଏହା ପରେ କରୋନା ଟେଷ୍ଟିଂ ବ୍ୟାପକ୍ ଭାବେ କରାଯାଉଛି। ଏହା ପରେ ସ୍ଥିତି ଦେଖି ସ୍ଥିର କରାଯାଉଛି ଯେ, କାହାକୁ କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବ, କାହାକୁ ହୋମ କ୍ଵାରେଣ୍ଟାଇନ୍ କିମ୍ବା ହସ୍ପିଟାଲ ପଠାଯିବ। ଅନ୍ୟପଟେ ତେଲେଙ୍ଗାନାରେ ଘରୋଇ ଯାତ୍ରୀଙ୍କ ସ୍କ୍ରିନିଂ ବନ୍ଦ କରି ଦିଆଯାଇଛି।
ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଟ୍ରେନ୍, ବସ୍ କିମ୍ବା ବିମାନରେ ଯାତ୍ରା କରି ଆସିଥିବା ବ୍ୟକ୍ତି ସପ୍ତାହେ କ୍ଵାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଅନ୍ୟପକ୍ଷେ ବିଦେଶ ପର୍ଯ୍ୟଟକଙ୍କୁ ନିର୍ଦ୍ଦିଷ୍ଟ ହୋଟେଲ୍ରେ ସଙ୍ଗରୋଧ ଲାଗି ପଠାଇ ଦିଆଯାଉଛି। ଘରୋଇ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ ଚେକିଂ ପରେ ହିଁ ଯିବାକୁ ଅନୁମତି ଦିଆଯାଉଛି।
ଉଲ୍ଲେଖନୀୟ ସିକନ୍ଦରାବାଦ ରେଲଓ୍ଵେ ଷ୍ଟେସନରେ ଟିଏସ ଚିକିତ୍ସା ଓ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ଡେରା ପକାଇଛନ୍ତି। ଯେଉଁମାନେ ମେ ମଧ୍ୟ ଭାଗରେ ନୂଆଦିଲ୍ଲୀ ଓ ବେଙ୍ଗାଲରୁ ସ୍ଵତନ୍ତ୍ର ଟ୍ରେନ୍ ଜରିଆରେ ଆସୁଥିବା ପ୍ରତି ଯାତ୍ରୀଙ୍କ ତଥ୍ୟ ନିଅନ୍ତି ଏବଂ ହାତରେ ହୋମ କ୍ଵାରେଣ୍ଟାଇନ୍ର ଷ୍ଟିକର ଲଗାଇ ଦିଅନ୍ତି। କିନ୍ତୁ ଏବେ ତାହା କିଛି ହେଉ ନାହିଁ।
ସୂଚନା ଅନୁଯାୟୀ ଆନୁମାନିକ ୮୦ ହଜାର ଯାତ୍ରୀ ସୋମବାର ସୁଦ୍ଧା ହିଁ ସିକନ୍ଦରାବାଦ ଓ ହାଇଦ୍ରାବାଦ ଷ୍ଟେସନରେ ପହଞ୍ଚି ସାରିଛନ୍ତି ଏବଂ ଶୁକ୍ରବାର ସକାଳ ସୁଦ୍ଧା ଏହା ଏକ ଲକ୍ଷ ଅତିକ୍ରମ କରିଛି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ସୂତ୍ର ଅନୁଯାୟୀ ସେମାନେ ସ୍କ୍ରିନିଂ ବନ୍ଦ କରି ଦେଇଛନ୍ତି। ଜୁନ ୧ରୁ ସିକନ୍ଦରାବାଦ ରେଲଓ୍ଵେ ଷ୍ଟେସନରେ ଯାତ୍ରୀଙ୍କ ବିବରଣୀ ନେବା ବନ୍ଦ କରି ଦିଆଯାଇଛି।