ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ସରକାରୀ ନିଯୁକ୍ତି, ହେଲେ ଡେପୁଟୀ କଲେକ୍ଟର

Published By : Prameya-News7 Bureau | July 22, 2020 IST

ହାଇଦ୍ରାବାଦ ୨୨।୦୭: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀଙ୍କୁ ତେଲେଙ୍ଗାନା ସରକାର ଡେପୁଟୀ କଲେକ୍ଟର ପଦରେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ବୁଧବାର ସନ୍ତୋଷୀଙ୍କୁ ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସହିଦଙ୍କ ପତ୍ନୀଙ୍କ ନିଯୁକ୍ତି ହାଇଦ୍ରାବାଦ କିମ୍ବା ଆଖପାଖ ଅଞ୍ଚଳରେ କରିବାକୁ ମୁଖ୍ୟମନ୍ତ୍ରୀ ରାଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ନିଜର ୮ ବର୍ଷର ପୁଅ ଓ ୩ ବର୍ଷର ଝିଅ ସହିତ ସଂପ୍ରତି ଦିଲ୍ଲୀରେ ରହୁଛନ୍ତି। ସନ୍ତୋଷଙ୍କ ମା ହାଇଦ୍ରାବାଦରେ ରହୁଛନ୍ତି। ସେ ଚାହୁଁଥିଲେ ଯେ ପୁଅର ବଦଳି କୌଣସି ପ୍ରକାରେ ହାଇଦ୍ରାବାଦ ହୋଇଯାଉ। ଏହା ପୂର୍ବରୁ ତେଲେଙ୍ଗାନା ସରକାର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ୫  କୋଟି ଟଙ୍କାର ସମ୍ମାନ ରାଶି ଦେବାକୁ ଘୋଷଣା କରିଥିଲେ।

{"id":304150,"sizeSlug":"large"}

ଉଲ୍ଲେଖନୀୟ ଗତ ମାସରେ ଗଲଓ୍ଵାନ ଉପତ୍ୟକାରେ ଚୀନର ଅବୈଧ କବ୍‌ଜାକୁ ନେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ସେନାର ମୋଟ୍ ୨୦ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ଅତି କମରେ ୪୩ ସୈନିକ ଓ ଅଧିକାରୀ ନିହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.