Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସୀମାରେ ପଡ଼ୋଶୀ ରାଜ୍ୟଙ୍କ ଆମ୍ବୁଲାନ୍ସ ଅଟକାଉଛନ୍ତି ତେଲେଙ୍ଗାନା ସରକାର, ସଂକଟରେ ରୋଗୀ ଓ ସମ୍ପର୍କୀୟ

10/05/2021 at 8:33 PM

ହାଇଦ୍ରାବାଦ ୧୦।୫: ପଡୋଶୀ ରାଜ୍ୟଙ୍କ ଆମ୍ବୁଲାନ୍ସକୁ ସୀମାରେ ପ୍ରବେଶ କରାଇ ଦେଉ ନାହାନ୍ତି ତେଲେଙ୍ଗାନା ସରକାର। ରବିବାର ମଧ୍ୟରାତ୍ର ପରଠାରୁ ଆନ୍ଧ୍ରପ୍ରଦେଶ ସୀମାରେ ଏହି ସବୁ ଆମ୍ବୁଲାନ୍ସ ଅଟକି ରହିଛନ୍ତି। ଫଳରେ ଏଥିରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି। ଏଥିରେ ପୋଲିସ କୌଣସି ତେଲେଙ୍ଗାନା ହସ୍ପିଟାଲର ଅନୁମତି ପତ୍ର ଓ ବେଡ କନଫର୍ମେଶନ ଥିଲେ ହିଁ ସୀମା ଭିତରକୁ ଆମ୍ବୁଲାନ୍ସକୁ ପ୍ରବେଶ ଅନୁମତି ଦେଉଛି। ଅନ୍ୟଥା ଆମ୍ବୁଲାନ୍ସଗୁଡିକୁ ଫେରିଯିବାକୁ କୁହାଯାଉଛି।

ତେଲେଙ୍ଗାନା ପୋଲିସ ସୂର୍ଯ୍ୟା ପେଟ ଜିଲ୍ଲାର ପାଡୁ ଚେକ୍‌ ପୋଷ୍ଟ, ମହବୁବନଗର, ଗଡୱାଲ ଜିଲ୍ଲାର ଜୋଗୁଲମ୍ବା ଚେକପୋଷ୍ଟ ସମେତ ରାଜ୍ୟର ସମସ୍ତ ପ୍ରବେଶ ପଥକୁ ଜଗି ରହିଛନ୍ତି। ତେବେ ପଡୋଶୀ ରାଜ୍ୟଙ୍କ ଆମ୍ବୁଲାନ୍ସକୁ ରାଜ୍ୟକୁ ପ୍ରବେଶ ନ କରାଇବା ଲାଗି ତେଲେଙ୍ଗାନା ସରକାର ପୂର୍ବରୁ କୌଣସି ସୂଚନା ଦେଇ ନାହାନ୍ତି। ଏଣୁ ରୋଗୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। 

ତେବେ ପଡୋଶୀ ରାଜ୍ୟର ରୋଗୀଙ୍କ ଲାଗି  ତେଲେଙ୍ଗାନା ହସ୍ପିଟାଲରେ ବେଡ ଅଭାବ ପଡୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଆକଳନ କରାଯାଉଥି। ଅତୀତରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଚ୍ଚ ଅଧିକାରୀ ଏ ସମ୍ପର୍କରେ ଅନେକବାର କହିଛନ୍ତି। ତେବେ କରୋନା ପ୍ରକୋପ ଯୋଗୁ ରାଜ୍ୟରେ ଏବେ ସ୍ଥାନୀୟ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁନଥିବା ବେଳେ ଅକ୍ସିଜେନ ସଂକଟ ମଧ୍ୟ ଲାଗି ରହିଛି। ଏଣୁ ପଡୋଶୀ ରାଜ୍ୟର ଆମ୍ବୁଲାନ୍ସକୁ ସୀମାରେ ଅଟକା ଯାଉଥିବା ଅନୁମାନ କରାଯାଉଛି।

ତେବେ ହାଇଦ୍ରାବାଦ ମେଡିକାଲ ହବ ହୋଇଥିବାରୁ ପଡୋଶୀ ରାଜ୍ୟରୁ ଅହରହ ଆମ୍ବୁାଲାନ୍ସ ପହଞ୍ଚିବାରେ ଲାଗିଛି। ଏଣୁ ଏଠାରେ ରୋଗୀଙ୍କ ଭିଡ ବଢୁଥିବା ବେଳେ ହସ୍ପିଟାଲମାନଙ୍କରେ ବେଡ ଅଭାବ ଦେଖାଦେଇଛି। ତେବେ କାରଣ ଯାହାବି ହେଉ ନା କାହିଁକି ବିନା ପୂର୍ବ ସୂଚନାରେ ସରକାର ସୀମାରେ ଆମ୍ବୁଲାନ୍ସ ଅଟକାଇ ରଖିବା ଗୁରୁତର ରୋଗୀଙ୍କ ଜୀବନ ଏବେ ବିପଦରେ ପଡିଯାଇଥିବା କୁହାଯାଇଛି।  

   Related Posts