ମେ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଲା ତେଲେଙ୍ଗାନା ସରକାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ

Published By : Prameya-News7 Bureau | May 05, 2020 IST

ହାଇଦ୍ରାବାଦ ୦୫।୦୫: ତେଲେଙ୍ଗାନା ସରକାର କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବଢାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି। ମେ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇବାରେ ତେଲେଙ୍ଗାନା ଦେଶର ପ୍ରଥମ ରାଜ୍ୟ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଜନତା ଜରୁରୀ ସାମଗ୍ରୀ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କିଣି ପାରିବେ। ଏହା ପରେ ସନ୍ଧ୍ୟା ୭ଟାରୁ ପୂରା ରାଜ୍ୟରେ କର୍ଫ୍ୟୁ ଲାଗୁ ହେବ। ଯଦି କୌଣସି ବ୍ୟକ୍ତି ବାହାରେ ବୁଲନ୍ତି, ତେବେ ପୋଲିସ ଦ୍ଵାରା କାର୍ଯ୍ୟାନୁଷ୍ଠାନ ନିଆଯିବ। ଚନ୍ଦ୍ର ଶେଖର ରାଓ କହିଛନ୍ତି ମେ ୧୫ ପର୍ଯ୍ୟନ୍ତ ରେଡ୍‌ ଜୋନରେ ସବୁ ପ୍ରତିବନ୍ଧକ ଜାରି ରହିବ। ରେଡ୍‌ ଜୋନରେ କୌଣସି ଦୋକାନ ଖୋଲିବ ନାହିଁ।

wp:core-embed/twitter {"url":"https://twitter.com/ANI/status/1257715283764154371?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1257715283764154371\u0026ref_url=https%3A%2F%2Fwww.indiatv.in%2Findia%2Fnational-lockdown-in-telangana-extended-till-may-29-708469","type":"rich","providerNameSlug":"twitter","className":""}
https://twitter.com/ANI/status/1257715283764154371?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1257715283764154371&ref_url=https%3A%2F%2Fwww.indiatv.in%2Findia%2Fnational-lockdown-in-telangana-extended-till-may-29-708469
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଦେଶରେ ମେ ୪ରୁ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଯାଇଛି। ହେଲେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ଲକ୍‌ଡାଉନ୍‌ ଅବଧିକୁ ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ଭାଇରସ୍‌ ନେଇ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ଟିପ୍ପଣୀ ଆଧାରରେ ତେଲେଙ୍ଗାନା ସରକାର ଆଜି ମନ୍ତ୍ରିମଣ୍ଡଳ ବୈଠକ କରିଥିଲେ। ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ଅନୁସାରେ ଲକ୍‌ଡାଉନ୍ ସମୟ ୭୦ ଦିନ ହେବା ଉଚିତ୍।

ଆଜି ସନ୍ଧ୍ୟାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ  କହିଛନ୍ତି, ଲୋକେ ଲକ୍‌ଡାଉନ୍ ଅବଧି ବଢା ଯାଉ ବୋଲି ଚାହୁଁଛନ୍ତି, ଯଦ୍ଵାରା କରୋନା ମୁକାବିଲା ଜିତାଯାଇ ପାରିବ। ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବାର ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଛି। ଆମେ କୌଣସି ପ୍ରକାରର ଅବସ୍ଥାର ମୁକାବିଲା ଲାଗି ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ ରାଓ କହିଛନ୍ତି। ରାଜ୍ୟରେ ସଂପ୍ରତି କରୋନା ସଂକ୍ରମିତ ସଂଖ୍ୟା ୧୦୯୬ ରହିଛି। ୬୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମୁଖ୍ୟମନ୍ତ୍ରୀ ରାଓ କହିଛନ୍ତି ମେ ୧୫ ସୁଦ୍ଧା ରାଜ୍ୟର ଅବସ୍ଥା କଣ ରହୁଛି ଏବଂ କେଉଁ କ୍ଷେତ୍ରରେ କୋହଳ ଦିଆଯାଇ ପାରିବ ସେନେଇ ମେ ୧୫ରେ ମନ୍ତ୍ରିମଣ୍ଡଳ ସହିତ ସମୀକ୍ଷା ବୈଠକ କରାଯିବ। ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ୍ ୪୬,୭୧୧ ରହିଛି। ଏଥିରୁ ସକ୍ରିୟ କେସ୍ ସଂଖ୍ୟା ୩୨,୧୩୪ ରହିଛି। ଏହି ମହାମାରୀରେ ଏ ପର୍ଯ୍ୟନ୍ତ ୧୫୮୩ ଜଣଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.