Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସଜ୍ଜନାର ହିରୋ : ୧୧ବର୍ଷ ତଳେ ଓ୍ବାରଙ୍ଗଲରେ ୩ ଏସିଡ୍ ଆଟାକ୍ ଅଭିଯୁକ୍ତଙ୍କୁ କରିଥିଲେ ଏନ୍‌କାଉଣ୍ଟର

6/12/2019 at 12:41 PM

ହାଇଦ୍ରାବାଦ ୬।୧୨: ତେଲେଙ୍ଗାନା ହାଇଦ୍ରାବାଦରେ ଭେଟେରିନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାର ୪ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି । ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାରଙ୍କ ନେୃତୃତ୍ବରେ ପୋଲିସ ଟିମ୍ ଗିରଫ ୪ ଅଭିଯୁକ୍ତକୁ ଘଟଣାସ୍ଥଳକୁ ତଦନ୍ତ ପାଇଁ ନେଇଥିଲା । ତେବେ ଘଟଣାସ୍ଥଳରେ ପୋଲସ ଠାରୁ ବନ୍ଧୁକ ଛଡାଇ ଗୁଳିକରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ବଳାତ୍କାରୀ । ଏହି ଏନକାଉଣ୍ଟର ପରେ କମିଶନର ସଜ୍ଜନାର ହିରୋ ପାଲଟି ଯାଇଛନ୍ତି । ତେଲେଙ୍ଗାନାରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ସଜ୍ଜନାରଙ୍କ ଖ୍ୟାତି ରହିଛି ।

୧୧ ବର୍ଷ ପୂର୍ବରୁ, ଅର୍ଥାତ୍ ୨୦୦୮ ମସିହାରେ ତେଲେଙ୍ଗାନା ଓ୍ବାରଙ୍ଗଲରେ ମଧ୍ୟ ଏସିଡ୍ ଆଟାକ୍ ର ୩ ଅଭିଯୁକ୍ତଙ୍କୁ ପୋଲିସ ଏଭଳି ଏନକାଉଣ୍ଟର କରିଥିଲା । ସଜ୍ଜନାରଙ୍କ ନେତୃତ୍ବରେ ଏହି ଏନକାଉଣ୍ଟର ହୋଇଥିଲା। ସେତେବେଳେ ସଜ୍ଜନାର ଓ୍ବାରଙ୍ଗଲର ଏସପି ଥିଲେ । ସେହି ସମୟରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଉପରକୁ ୩ ଜଣ ଅଭିଯୁକ୍ତ ଏସିଡ୍ ଆଟାକ୍ କରିଥିଲେ । ଅଭିଯୁକ୍ତ ଏସ ଶ୍ରୀନିବାସ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଛାତ୍ରୀ ଜଣଙ୍କ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାକୁ ସେ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ମିଶି ସେ ଛାତ୍ରୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସଜ୍ଜନାରଙ୍କ ନେତୃତ୍ବରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହେବାର କିଛି ଘଣ୍ଟା ପରେ ଘଟଣାସ୍ଥଳକୁ ପୋଲିସ ଅଭିଯୁକ୍ତଙ୍କୁ ନେଇ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କ ବନ୍ଧୁକ ନେଇ ଖସି ପଳାଉଥିଲେ ଅଭିଯୁକ୍ତ । ସେହି ସମୟରେ ପୋଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ।

ଘଟଣା ପରେ ରାଜସ୍ଥାନ କଲେଜର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କ ପାଇଁ ସଜ୍ଜନାର କେଉଁ ହିରୋଠାରୁ କମ୍ ନଥିଲେ । ଏହି ଏନକାଉଣ୍ଟର ପରେ ସାରା ସହରରେ ଉତ୍ସବ ପାଳନ କରାଯାଇଥିଲା । କଲେଜ ଛାତ୍ରଛାତ୍ରୀମାନେ ମିଠା ବାଣ୍ଟିବା ସହ ସଜ୍ଜନାରଙ୍କୁ ଫୁଲ ମାଳ ପିନ୍ଧାଇଥିଲେ ସମ୍ମାନିତ କରିଥିଲେ । ଅଭିଯୁକ୍ତ ଏନକାଉଣ୍ଟର ପରେ ପୋଲିସକୁ ବାଃ ବାଃ ଦେଇଥିଲେ ସମସ୍ତେ ।

   Related Posts