ଆଜି ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ

Published By : Prameya-News7 Bureau | December 23, 2018 IST

ଭୁବନେଶ୍ବର ୨୩|୧୨: ଆଜି ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେସିଆର । ଆଜି ସନ୍ଧ୍ୟାରେ ନବୀନ ଓ କେସିଆର ଭେଟଘାଟ ହେବ । ନବୀନଙ୍କୁ କେସିଆର ଭେଟିବା ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ। ଖାସ୍ କରି ବିଜେପି ବିରୋଧରେ ସାଧାରଣ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।

ତେବେ ଏଭଳି କଳ୍ପନାଜଳ୍ପନାକୁ ବିଜେଡି ଖଣ୍ଡନ କରିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ କେସିଆର ଭେଟଘାଟକୁ ସୌଜନ୍ୟମୂଳକ ବୋଲି ବିଜେଡି କହିଛି। ଆସନ୍ତାକାଲି କେସିଆର ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନରେ କୋଲକାତା ଯିବେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିକୁ ଭେଟି ଦିଲ୍ଲୀ ଯିବେ । ନୂଆ ଦିଲ୍ଲୀରେ ରହଣିସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବା ସହିତ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.