Monday, June 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ

ଭୁବନେଶ୍ବର ୨୩|୧୨: ଭୁବନେଶ୍ବରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ସ୍ବତନ୍ତ୍ର ବିମାନ ଯୋଗେ ସପରିବାର ଆସି ଭୁବନେଶ୍ବରରେ ପହଞ୍ଚିଲେ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିବେ କେସିଆର । ନବୀନ ନିବାସରେ ନବୀନ ଏବଂ କେସିଆରଙ୍କ ମଧ୍ୟରେ ହେବ ଆଲୋଚନା । ଆସନ୍ତାକାଲି କେସିଆର ସପରିବାର ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନରେ କୋଲକାତା ଯିବେ କେସିଆର ।

ନବୀନଙ୍କୁ କେସିଆର ଭେଟିବା ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ। ଖାସ୍ କରି ବିଜେପି ବିରୋଧରେ ସାଧାରଣ ନିର୍ବାଚନନରେ ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।ତେବେ ଏଭଳି କଳ୍ପନାଜଳ୍ପନାକୁ ବିଜେଡି ଖଣ୍ଡନ କରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ କେସିଆର ଭେଟଘାଟକୁ ସୌଜନ୍ୟମୂଳକବୋଲି ବିଜେଡି କହିଛି।

ଆସନ୍ତାକାଲି ଅପରାହ୍ନରେ କୋଲକାତା ଯିବେ କେସିଆର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିକୁ ଭେଟି ଦିଲ୍ଲୀ ଯିବେ । ନୂଆଦିଲ୍ଲୀରେ ରହଣି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବା ସହିତ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

278 Views

   ସମ୍ବନ୍ଧିତ ଖବର