ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଜାତୀୟ ରାଜନୀତିରେ ପାଦ ଥାପିବାକୁ ଯୋଜନା !
26/12/2018 at 5:51 PM

ନୂଆଦିଲ୍ଲୀ ୨୬|୧୨: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀରେ ଭେଟିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପୁନଃ ନିର୍ବାଚିତ ହେବାପରେ ମୋଦିଙ୍କୁ ଭେଟିବାରେ ଏହା ପ୍ରଥମ । ପୂର୍ବରୁ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜିଙ୍କୁ ଭେଟିସାରିଛନ୍ତି କେସିଆର। ଦିଲ୍ଲୀରେ ରହଣି ସମୟରେ କେସିଆର ବିଏସପି ସୁପ୍ରିମୋ ମାୟବତୀ ଓ ସମାଜୱାଦି ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ କସରତ ଆରମ୍ଭ କରିଥିବାବେଳେ କେସିଆର ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି। ଦିଲ୍ଲୀ ଦଖଲ ପାଇଁ କେସିଆର ଗୋଟି ଚଳାଇବା ଆରମ୍ଭ କରିଦେଇଛନ୍ତି। ତେବେ କେସିଆର କେନ୍ଦ୍ରରେ ଅଣବିଜେପି ଓ ଅଣକଂଗ୍ରେସ ମେଣ୍ଟ ଗଠନ କରିବା ତାଙ୍କର ମିଶନ ବୋଲି କହିଛନ୍ତି । ସବୁ ଆଞ୍ଚଳିକ ଦଳକୁ ନେଇ କେସିଆରଙ୍କ ଅଣବିଜେପି ଓ ଅଣକଂଗ୍ରେସ ମେଣ୍ଟ କସରତକୁ କଂଗ୍ରେସ ସମାଲୋଚନା କରିଛି। କେସିଆରଙ୍କୁ ବିଜେପିର ବି ଟିମ୍ ବୋଲି କଂଗ୍ରେସ ସମାଲୋଚନା କରିଛି।