Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ନବୀନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ; ନା କଂଗ୍ରେସ ନା ବିଜେପି କାହାର ଆମେ ଟିମ୍ ନୁହେଁ ବରଂ ଆମେ ଷ୍ଟେଟ୍ ଟିମ୍- କେସିଆର

24/12/2018 at 9:05 AM

ଭୁବନେଶ୍ବର ୨୪|୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗତକାଲି ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯଦିଓ କେସିଆର ନିଜ ପରିବାର ସହିତ ଆସି ବିଭିନ୍ନ ରାଜ୍ୟର ମନ୍ଦିରରେ ଦର୍ଶନ କରୁଛନ୍ତି କିନ୍ତୁ କେସିଆରଙ୍କ ଗସ୍ତ ପଛରେ ରାଜନୈତିକ କାରଣ ରହିଥିବା ଚର୍ଚ୍ଚା ଥମୁନି।

ନବୀନ ନିବାସରେ କେସିଆର । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଏକ ସ୍ବତନ୍ତ୍ର ବିମାନରେ ଗତକାଲି ହାଇଦ୍ରାବାଦରୁ ସପରିବାର ବାହାରିଥିଲେ କେସିଆର। ପ୍ରଥମେ ବିଶାଖାପାଟଣା ତାପରେ ଭୁବନେଶ୍ବରେ ପହଞ୍ଚିଥିଲେ। ନବୀନଙ୍କ ଆତିଥ୍ୟ ଗ୍ରହଣ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ଉଭୟ ପରସ୍ପରକୁ ରୂପାର ସ୍ମାରକୀ ଭେଟିଦେଇଥିଲେ ଆଉ ବାହାରକୁ ବାହାରିବା ବେଳେ ଉଭୟ ଥିଲେ ଖୁବ୍ ହସହସ। ସମଭାବାପନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସଂପର୍କ ରହିବ । ନା କଂଗ୍ରେସ ନା ବିଜେପି କାହାର ଆମେ ବି ଟିମ୍  ନୁହେଁ ବରଂ ଆମେ ଷ୍ଟେଟ୍  ଟିମ୍। ଏମିତି କିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ସେହିପରି ନବୀନଙ୍କୁ ଦେଶର ରୋଲ ମଡେଲ ବୋଲି ଆଖ୍ୟା ଦେଇଥିଲେ କେସିଆର। ଆଉ ଏଥିସହିତ ନବୀନଙ୍କ ମହିଳା ସଂରକ୍ଷଣ ଓ କୃଷକଙ୍କ ପାଇଁ ନୀତିକୁ ପ୍ରଶଂସା କରିଥିଲେ। ତେବେ ୧୯ ସଂସଦୀୟ ନିର୍ବାଚନ ପାଇଁ ଉଭୟଙ୍କ ମଧ୍ୟରେ କୌଣସି ସ୍ପଷ୍ଟ ଆଲୋଚନା ହୋଇନଥିବା ଉଭୟ କହିଥିଲେ।

କେସିଆର ଆଜି ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । କେସିଆରଙ୍କ ଗସ୍ତରେ କେବଳ ଠାକୁର ଦେଖା ଅଛି ନା କଦଳିବିକା କଥା ବି ରହିଛି । ଏ ଚର୍ଚ୍ଚା ତ ଉଠିବା ସ୍ବାଭାବିକ। ତାଙ୍କ ଦେଶ ଭ୍ରମଣ ସମୟରେ ସେ ନବୀନ, ମମତା, ମାୟା, ଅଖିଳେଶଙ୍କୁ ଭେଟିବେ । ପ୍ରଶ୍ନ ଉଠୁଛି ଯେ କଣ ଏହା ଦେଶରେ ଏକ ତୃତୀୟ ମେଣ୍ଟର ଅଭ୍ୟୁଦୟ କରିବ । ଯାହାକି ବିଜେପି ଓ କଂଗ୍ରେସ ଠାରୁ ଦୂରେଇ ରହି ନିର୍ବାଚନ ଲଢ଼ିବ । ରାହୁଲଙ୍କ ମହାମେଣ୍ଟ ଶକ୍ତି ସାଉଁଟୁଥିବା ବେଳେ କେସିଆର ଏଥିରେ ରୋକ୍‌ ଲଗାଇବେ କି ? କେସିଆରଙ୍କ ଗସ୍ତ ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ହୋଇଛି । କଣ ଏଥିରେ ବି କିଛି ପଲିଟିକାଲ ମୁଭ୍‌ ରହିଛି କି?  ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ଥିବା ରାମଚନ୍ଦ୍ର ଖୁଣ୍ଟିଆଙ୍କ ନଜରିଆରେ କେସିଆର କୁଆଡ଼େ ଏନଡିଏର ଏଜେଣ୍ଟ ହେଇ ଦେଶ ଭ୍ରମଣରେ ବାହିରିଛନ୍ତି। ସେପଟେ ଖୋର୍ଦ୍ଧାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ତେଲେଙ୍ଗାନାରେ ଚାଷୀଙ୍କ ପାଇଁ ରୟତୁ ବନ୍ଧୁ ଯୋଜନା ଲଞ୍ଚ କରି କ୍ଷମତାକୁ ଫେରିଛନ୍ତି କେ.ଚନ୍ଦ୍ରଶେଖର ରାଓ। ରାଜ୍ୟ ସରକାର ବି ସମାନ ଯୋଜନା କାଳିଆ ନାଁରେ ଆରମ୍ଭ କରିଛନ୍ତି । ଉଭୟ ନେତା ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରି ଆଗକୁ ସଂପର୍କ ବଢ଼ାଇବାର ସୂଚନା ଦେଇଛନ୍ତି ଏହା ଜାତୀୟ ସ୍ତରରେ ରାଜନୀତିର ଏକ ବଡ଼ ଅଙ୍କର ଆଭାସ ଦେଇଛି।

   Related Posts