ଶ୍ରୀକ୍ଷେତ୍ରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ; ଶ୍ରୀଜିଉଙ୍କୁ କଲେ ଦର୍ଶନ
24/12/2018 at 12:42 PM

ପୁରୀ ୨୪|୧୨ : ଶ୍ରୀକ୍ଷେତ୍ରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସପରିବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କେସିଆର । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । କେସିଆରଙ୍କୁ ଜିଲ୍ଲପାଳ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି । ତାଙ୍କର କୌଳିକ ପଣ୍ଡା ମହାବୀର ପଢିଆରୀ ମଧ୍ୟ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପରେ କୋଣାର୍କ ଅଭିମୁଖେ ଯାଇଛନ୍ତି କେସିଆର।

ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗତକାଲି ନବୀନ ନିବାସରେ ରାତ୍ରି ଯାପନ କରିଥିଲେ । କେସିଆରଙ୍କ ଗସ୍ତରେ କେବଳ ଠାକୁର ଦେଖା ଅଛି ନା କଦଳିବିକା କଥା ବି ରହିଛି । ଏ ଚର୍ଚ୍ଚା ତ ଉଠିବା ସ୍ବାଭାବିକ। ତାଙ୍କ ଦେଶ ଭ୍ରମଣ ସମୟରେ ସେ ନବୀନ, ମମତା, ମାୟା, ଅଖିଳେଶଙ୍କୁ ଭେଟିବେ । ପ୍ରଶ୍ନ ଉଠୁଛି ଯେ କଣ ଏହା ଦେଶରେ ଏକ ତୃତୀୟ ମେଣ୍ଟର ଅଭ୍ୟୁଦୟ କରିବ । ଯାହାକି ବିଜେପି ଓ କଂଗ୍ରେସ ଠାରୁ ଦୂରେଇ ରହି ନିର୍ବାଚନ ଲଢ଼ିବ ।