Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଲକ୍‌ଡାଉନ୍‌ ଅବଧି ଆଉ ୨ ସପ୍ତାହ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, କହିଲେ- ନଚେତ୍ ଅନେକ ମୃତ୍ୟୁ ଘଟିବ

6/04/2020 at 8:32 PM

ନୂଆଦିଲ୍ଲୀ ୦୬।୦୪: ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅଦ୍ୟାବଧି ଦେଶରେ ଆକ୍ରାନ୍ତଙ୍କ ସଂକ୍ୟା ୪,୨୮୧ରେ ପହଞ୍ଚିଛି। ୧୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। କେନ୍ଦ୍ରର ମୋଦୀ ସରକାର ଏହାର ପ୍ରକୋପକୁ ରୋକିବା ପାଇଁ ସମଗ୍ର ଦେଶରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଆଜି ଲକ୍‌ଡାଉନ୍‌ର ହେଉଛି ୧୩ତମ ଦିନ। ଏହା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚେନ୍ଦ୍ର ଶେଖର ରାଓ ଲକ୍‌ଡାଉନ୍‌କୁ ସମର୍ଥନ କରିବା ସହିତ ଅବଧି ଆହୁରି ବଢାଇବାକୁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ କରୋନା ଭାଇରସ୍ ସଂକ୍ରମଣ ବିରୁଦ୍ଧରେ ଲକ୍‌ଡାଉନ୍‌ ଆମର ଏକ ମାତ୍ର ଅସ୍ତ୍ର। ଆମେ ବ୍ରିଟେନରୁ ଉପରେ ନାହାନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ ଅପିଲ୍ କରୁଛି ଯେ, ଲକ୍‌ଡାଉନ୍‌ ଅବଧିକୁ ଆହୁରି ବଢାନ୍ତୁ। ମୁଁ ଲକ୍‌ଡାଉନ୍‌କୁ ସମର୍ଥନ କରୁଛି। ଏହାକୁ ଏପ୍ରିଲ ୧୫ରୁ ଆହୁରି ଆଗକୁ ବଢାନ୍ତୁ। ଆମେ ଅର୍ଥବ୍ୟବସ୍ଥାରେ ହେବାକୁ ଥିବା କ୍ଷତିର ତ ଭରଣା କରି ପାରିବ ମାତ୍ର ଜୀବନ ପୁନର୍ବାର ମିଳିବ ନାହିଁ।

ଜୁନ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇବାକୁ ଦେଲେ ପ୍ରସ୍ତାବ

ଖବର ରହିଛି ଯେ, କେସିଆର ତେଲେଙ୍ଗାନାରେ ଲକ୍‌ଡାଉନ୍‌ ଅବଧିକୁ ଜୁନ ୩ ପର୍ଯ୍ୟନ୍ତ ବଢାଇବାକୁ ବିଚାର କରୁଛନ୍ତି। ମାତ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଚନ୍ଦ୍ର ଶେଖର ରାଓ ଏପ୍ରିଲ ୧୫ ପରେ ଲକ୍‌ଡାଉନ୍‌କୁ ୨ ସପ୍ତାହ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ବିସିଜି ରିପୋର୍ଟ ସୂତ୍ରରୁ କୁହାଯାଇଥିଲା ଯେ, ଚନ୍ଦ୍ରଶେଖର ରାଓ ଭାରତରେ ଜୁନ୍ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବା ଲାଭଦାୟକ ଅଟେ। ମାତ୍ର ଏହି ସଂଦର୍ଭରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

ପ୍ରଧାନମନ୍ତ୍ରୀ କଲେ ଭିଡିଓ କନଫରେନ୍ସିଂ

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କ୍ୟାବିନେଟ୍  ବୈଠକରେ ଲକ୍‌ଡାଉନ୍‌ ଖୋଲିବା ସମ୍ବନ୍ଧରେ ଆଲୋଚନା କରିଛନ୍ତି। ସେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଏମିତି ୧୦ଟି କ୍ଷେତ୍ର ଉପରେ ଫୋକସ୍ କରିବାକୁ କହିଛନ୍ତି ଯାହା ଉପରେ ଲକ୍‌ଡାଉନ୍‌ ପରେ ଫୋକସ୍ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟକୁ ବିଜନେସ୍ ସମ୍ବନ୍ଧିତ ପ୍ଲାନ କରିବାକୁ କହିଛନ୍ତି।

   Related Posts