Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ବିଏସ୍‌ପି ସୁପ୍ରିମୋ ମାୟବତୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

27/12/2018 at 9:48 AM

ନୂଆଦିଲ୍ଲୀ ୨୭|୧୨:  ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିଏସପି ସୁପ୍ରିମୋ ମାୟବତୀ ଓ  ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କୁ ଭେଟିସାରିଛନ୍ତି କେସିଆର । ତେଲେଙ୍ଗାନାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ଲାଗି ମୋଦିଙ୍କୁ ଭେଟିଛନ୍ତି । ତାଙ୍କ ଦଳ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହୁଥିବା ବେଳେ ରାଓଙ୍କ ଅଭିଯାନକୁ କିନ୍ତୁ ସନ୍ଦେହ ଚକ୍ଷୁରେ ଦେଖୁଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ଯେ ଧର୍ମନିରପେକ୍ଷ ମେଣ୍ଟରେ ଫାଟ ସୃଷ୍ଟି କରିବା ଲାଗି ରାଓ ଏହି ଅଭିଯାନ ଚଳାଇଛନ୍ତି ।

ସାଧାରଣ ନିର୍ବାଚନ ପାଇଁ  ସବୁ ରାଜନୈତିକ ଦଳ କସରତ ଆରମ୍ଭ କରିଥିବାବେଳେ କେସିଆର ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି। ଦିଲ୍ଲୀ ଦଖଲ ପାଇଁ କେସିଆର ଗୋଟି ଚଳାଇବା ଆରମ୍ଭ କରିଦେଇଛନ୍ତି। ତେବେ  କେନ୍ଦ୍ରରେ ଅଣବିଜେପି ଓ ଅଣକଂଗ୍ରେସ ମେଣ୍ଟ ଗଠନ କରିବା ତାଙ୍କର ମିଶନ ବୋଲି କହିଛନ୍ତି କେସିଆର। ସବୁ ଆଞ୍ଚଳିକ ଦଳକୁ ନେଇ କେସିଆରଙ୍କ ଅଣବିଜେପି ଓ ଅଣକଂଗ୍ରେସ ମେଣ୍ଟ କସରତକୁ କଂଗ୍ରେସ ସମାଲୋଚନା କରିଛି। କେସିଆରଙ୍କୁ ବିଜେପିର ବି ଟିମ୍ ବୋଲି କଂଗ୍ରେସ ସମାଲୋଚନା କରିଛି ।

   Related Posts