Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ତେଲେଙ୍ଗାନାରେ ମେ ୭ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

19/04/2020 at 9:09 PM

ହାଇଦ୍ରାବାଦ ୧୯।୦୪: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ବଢିବାରେ ଲାଗିଛି। ତେଣୁ ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବଢାଯାଇଛି। ହେଲେ ଦେଶରେ ଅଣ  ହଟ୍‌ସ୍ପଟ୍‌ ଅଞ୍ଚଳରେ ଆଜି ମଧ୍ୟରାତ୍ରରୁ ଆଂଶିକ କୋହଳ ଲାଗୁ କରାଯିବ। ହେଲେ ଏହା ମଧ୍ୟରେ ତେଲେଙ୍ଗାନାରୁ ଆସିଛି ବଡ ଖବର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ମେ ୩ରେ ସରୁଥିବା ଲକ୍‌ଡାଉନ୍‌ ଅବଧିକୁ ମେ ୭ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଲକ୍‌ଡାଉନ୍ ଅବଧି ବଢାଇବାକୁ ଆଦେଶ ଦେଇଛନ୍ତି। ମେ ୫ରେ କ୍ୟାବିନେଟ୍ ପୁନର୍ବାର ଅବସ୍ଥା ସମୀକ୍ଷା କରାଯିବ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ତେଲଙ୍ଗାନାରେ ଏ ପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ଲୋକଙ୍କ ମଧ୍ୟରୁ କେବଳ ୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସରକାର ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ମରକଜରେ ସାମିଲ ଜମାତିଙ୍କ ଯାତ୍ରାର ଇତିହାସ ଯାଞ୍ଚ କରୁଛନ୍ତି। ଲକ୍‌ଡାଉନ୍‌ ଅବଧି ବଢାଯିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆମେ ଏହା ସୁନିଶ୍ଚିତ କରିବୁ ଯେ, ପୂରା ତେଲେଙ୍ଗାନାରେ ଏହାକୁ କଡାକଡି ଭାବେ ଲାଗୁ କରାଯିବ।

ତେଲଙ୍ଗାନା ସରକାର ରାଜ୍ୟରେ ଅନଲାଇନ ଫୁଡ ସର୍ଭିସ୍ ଯୋଗାଉଥିବା ଜୋମାଟୋ, ସ୍ଵିଗି ଓ ପିଜା ଡେଲିଭରୀକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଯଦି ଆମେ ପିଜା ଖାଇବା ନାହିଁ ତେବେ ମରି ଯିବା ନାହିଁ।

ଏହା ପୂର୍ବରୁ ମଧ୍ୟ ଦେଶରେ ଏପ୍ରିଲ ୧୪ରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍‌ ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାରେ ପ୍ରଥମ ରାଜ୍ୟ ମଧ୍ୟ ଥିଲା ତେଲେଙ୍ଗାନା। ତେଲେଙ୍ଗାନାରେ ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୯ରେ ପହଞ୍ଚିବା ବେଳେ ୧୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମହାମାରୀରେ ରାଜ୍ୟରେ  ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଛି।

   Related Posts