ବିଜେପି ସାଂସଦଙ୍କ ଧମକ : ଅସ୍ଉଦ୍ଦୀନ ଓଓ୍ବେସୀଙ୍କୁ କ୍ରେନ୍‌ରେ ଝୁଲେଇ ଦେବୁ, ଦାଢି କାଟି କେସିଆରଙ୍କୁ ପଠାଇବୁ

Published By : Prameya-News7 Bureau | January 04, 2020 IST

ହାଇଦ୍ରାବାଦ ୪/୧- ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସି ବିବାଦ ଥମିବାର ନା ନେଉନି । ଏପଟେ ରାଜନେତାଙ୍କ ମଧ୍ୟରେ କଳି ବି ସବୁ ସୀମା ଟପିଲାଣି । ବିଜେପି ଏବଂ ବିରୋଧୀ କେବଳ ମିୁହାଁ ମୁହିଁ ହୋଇନାହାନ୍ତି , ଶାଳୀନତାକୁ ବି ଜଳାଞ୍ଜଳି ଦେଇଦେଇଛନ୍ତି । ସିଏଏ ଏବଂ ଏନଆରସିକୁ ତୀବ୍ର ବିରୋଧ କରୁଥିବା ଏଆଇଏମ୍ଆଇଏମ୍ ମୁଖ୍ୟ ଆସାଉଦ୍ଦିନ ଓୱିସିଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ବିଜେପି ସାଂସଦ ଡି .ଅରବିନ୍ଦ କୁମାର ।

{"id":206926,"width":574,"height":321,"sizeSlug":"large"}

 ଏଆଇଏମ୍ଆଇଏମ୍ ସାଂସଦ ଅସ୍‌ଉଦ୍ଦୀନ ଓୱିସିଙ୍କ ଉପରେ କେବଳ ଗର୍ଜିନାହାନ୍ତି  ନିଜାମାବାଦର ସଂସଦ । ତାଙ୍କୁ ଚେତାବନୀ ବି ଦେଇଛନ୍ତି । ଅରବିନ୍ଦ କୁମାର କହିଛନ୍ତି, , “  ଓୱିସି ତୁମକୁ ଆମେ ଚେତାଇ ଦେଉଛୁ ଯେ, ଆମେ ତୁମକୁ କ୍ରେନ୍‌ରେ ଓଲଟା ଟାଙ୍ଗି ଦେବୁ  । ତାପରେ ତମ ଦାଢିକୁ କାଟି ତାହାକୁ ଏକ ପ୍ରମୋସନ ଦେବୁ । ପ୍ରମୋସନ ଅର୍ଥ ତୁମ ଦାଢିକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାଖକୁ ପଠାଇଦେବୁ । “

{"id":206927,"width":580,"height":291,"sizeSlug":"large"}

 ଏହା କହିବା ବେଲେ ବିଜେପି ଏମ୍‌ପି ଅରବିନ୍ଦ କୁମାର କହିଛନ୍ତି ଯେ, ନିଜାମାବାଦ ହେଉଛି ବିଜେପିର । ଓୱିସିଙ୍କୁ ଏପରି ଚେତାବନୀ ଦେଇ ସେ କହିଚନ୍ତି, ୯ ବର୍ଷ ତଳର ଘଟଣାକୁ ଓୱିସି ମନେ ପକାଇବା ଉଚିତ । ସେତେ ବେଳେ ଜଣେ ବ୍ୟକ୍ତି ଓୱିସିଙ୍କ ଭାଇ ଆକବରଉଦ୍ଦିନଙ୍କୁ ବାରମ୍ବାର ଛୁରା ମାଡ ସହ ଗୁଳି କରି  ଗୁରୁତର ଆହତ କରିଥିଲେ । ସେହି ଆକ୍ରମଣକାରୀଙ୍କୁ ଓୱିସିହ୍କ ପରିବାର ଭଲଭାବେ ଜାଣନ୍ତି । କିନ୍ତୁ ଏବେ ଯାଏଁ ସେହି ଆଘାତରୁ ଆରୋଗ୍ୟ ହୋଇନାହାନ୍ତି ଆକବରଉଦ୍ଦିନ । ସେ ଏବେ ବି ତାର ଚିକିତ୍ସା କରୁଛନ୍ତି ବୋଲି ଆକ୍ଷେପ କରି କହିଛନ୍ତି ବିଜେପି ନେତା ଅରବିନ୍ଦ କୁମାର ।  

ଓୱିସିଙ୍କ ଉପରେ ଅରବିନ୍ଦଙ୍କ ଏପରି ରାଗର କାରଣ ହେଲା  ସିଏଏ ଏବଂ ଏନଆରସିକୁ ନିଜାମାବାଦରେ ଓୱିସିଙ୍କ ବିରୋଧ । ହାଇଦ୍ରାବାଦ ସାଂସଦ ଓୱିସି ସପ୍ତାହେ ତଳେ ନିଜାମାବାଦରେ ସିଏଏ ଏବଂ ଏନଆରସି ବିରୋଧରେ ଏକ ବୈଠକ ତଥା ପ୍ରତିବାଦ ସଭା କରିଥିଲେ । ଏବଂ ସେଠାରେ ସେ କହିଥିଲେ, ସିଏଏ ସମ୍ବିଧାନ ବିରୋଧି ।ଏହା ବ୍ୟତୀତ ଡିସେମ୍ବର ୨୫ ରେ ଏକ ପ୍ରତିନିଧି ଦଳ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟି  ନ୍ୟାସନାଲ ପପୁଲେସନ ରେଜିଷ୍ଟର (ଏନ୍ ପିଆର) ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନ୍‌ଆରସି ) ଏବଂ ସିଟିଜେନ୍ସ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ର ପ୍ରଭାବ ଓ ପରିଣତି ଆଦି ନେଇ ଆଲୋଚନା କରିଥିଲେ । ଯାହାକୁ କି ବିଜେପି ସାଂସଦ ଅରବିନ୍ଦ କୁମାରଙ୍କୁ କ୍ଷୁବ୍ଧ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.