ମଧ୍ୟ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ର-ଛାତ୍ରୀ ଅସୁସ୍ଥ , ପ୍ରଧାନ ଶିକ୍ଷକ ନିଲମ୍ବିତ…

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬।୧୧ : ତେଲେଙ୍ଗାନା ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଶୁକ୍ରବାର ଦିନ ୩୨ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ସମସ୍ତ ପିଲାଙ୍କ ଅବସ୍ଥା ସ୍ଥିର ରହିଛି । ହେଲେ ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କହିଛନ୍ତି ଯେ ନିର୍ମଲ ଜିଲ୍ଲାର ଦିମଦୁରଥୀ ଗ୍ରାମରେ ଅବସ୍ଥିତ ମଣ୍ଡଳ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୪ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟ୍ୟାନ ଭୋଜନ କରାଯାଏ । କିନ୍ତୁ ସେହିଦିନ ମଧ୍ୟାହ୍ନ ଭୋଜନରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଥିଲେ। ସେଥିମଧ୍ୟରୁ ୩୨ ଜଣ ଅସୁସ୍ଥ ହୋଇପଡିଥିଲେ।

ଏହା ସହ ସେ କହିଛନ୍ତି ଯେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ନଜରରେ ରଖାଯାଇଛି ଏବଂ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ଡିଏଓଙ୍କ ରିପୋର୍ଟ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ ମୁଶରଫ ଫାରୁକି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ଡିଏଓ କହିଛନ୍ତି ଯେ ଖାଦ୍ୟ ଯୋଗାଣ ପାଇଁ ଚୁକ୍ତିନାମା ଦିଆଯାଇଥିବା ଏଜେନ୍ସିର ଚୁକ୍ତିନାମାକୁ ବାତିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.