ତେଲଗୁ ସୁପରଷ୍ଟାର ଆଲୁ ଅର୍ଜ୍ଜୁନ କିଣିଲେ ଦୁନିଆର ସବୁଠୁ ମହଙ୍ଗା ଗାଡି, ଜାଣନ୍ତୁ କ’ଣ

Published By : Prameya-News7 Bureau | August 26, 2019 IST

ମୁମ୍ବାଇ : ତେଲଗୁ ସୁପରଷ୍ଟାର ଆଲୁ ଅର୍ଜ୍ଜୁନ ଆଜିକାଲି ଖୁବ୍ ଚର୍ଚ୍ଚାରେ । ତେବେ ଚର୍ଚ୍ଚା ତାଙ୍କର କୌଣସି ସୁପର ଡୁପର ହିଟ୍ ଫିଲ୍ମ ପାଇଁ ନୁହେଁ, ସେ କିଣିଥିବା ନୂଆ ବାହନ ଲାଗି। ଆଲୁ ଅର୍ଜ୍ଜୁନ ତାଙ୍କ ଗାଡି ସୌକ ଲାଗି ବେଶ୍ ପରିଚିତ । କିଛି ଦିନ ପୂର୍ବରୁ ସେ ଭ୍ୟାନିଟି ଭ୍ୟାନ କିଣି ଚର୍ଚ୍ଚାରେ ଥିବା ବେଳେ ଏବେ କିଣିଥିବା ଲକଜରୀ ଗାଡି ପୁଣି ତାଙ୍କୁ ଚର୍ଚ୍ଚିତ କରିଛି।

{"id":149166}

ତେବେ ଅର୍ଜ୍ଜୁନ ଯେଉଁ ଗାଡିଟି କିଣିଛନ୍ତି ତାହା ହେଉଛି ଦୁନିଆର ସବୁଠୁ ମହଙ୍ଗା ଶ୍ରେଣୀର ବାହାନ ରେଞ୍ଜରୋଭର ବୋଲି ଜଣାପଡିଛି। ସେ କାର କିଣିଥିବା ନେଇ ତାଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରେ ସୂଚିତ କରିଛନ୍ତି। ଯେଉଁଥିରେ ଘରକୁ ନୂଆ କାର ଆସିଥିବା ସେ ଉଲ୍ଲେଖ କରିଛନ୍ତି। ତେବେ ଅର୍ଜ୍ଜୁନ ଯେଉଁ ଗାଡିଟି କିଣିଛନ୍ତି ତାହା ରେଞ୍ଜ ରୋଭରର ଲାଟେଷ୍ଟ ମଡେଲ ଓ ଏଥିଲାଗି ତାଙ୍କୁ ୨.୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି।

{"id":149167}

ପୂର୍ବରୁ ଅର୍ଜ୍ଜୁନ ତାଙ୍କ ଲାଗି ଏକ ଫାଲକନର ରୟାଲ ଭ୍ୟାନିଟି ଭ୍ୟାନ କିଣି ଥିଲେ। ଏହି ଭ୍ୟାନ ଯୋଗୁ ସେ ବେଶ ଚର୍ଚ୍ଚାରେ ଥିବା ବେଳେ ଏବେ ରେଞ୍ଜ ରୋଭର ତାଙ୍କୁ ପୁଣି ସୋସାଲ ମିଡିଆରେ ଚର୍ଚ୍ଚିତ କରିଛି। ତେବେ କିଛି ନୂଆ କିଣିବା ପରେ ଏଥିଲାଗି ଜୀବନକୁ ସେ କୃତଜ୍ଞତା ଜ୍ଞାପନ କରିଥାନ୍ତି ବୋଲି ତାଙ୍କ ଇଂଷ୍ଟା ପୋଷ୍ଟରେ କମେଣ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.