ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଚିଠି ଲେଖିଲେ ତେଜସ୍ୱି, ମନେପକାଇଲେ ୬ ବର୍ଷ ପୂର୍ବର ପ୍ରତିଶୃତି

Published By : Prameya-News7 Bureau | November 03, 2020 IST

ପାଟନା ୦୩/୧୧ : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ୧୭ ଜିଲ୍ଲାର ୯୪ ଆସନ ପାଇଁ ମତଦାନ ହେଉଛି। ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ ରହିଛି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ଓ ମହାମେଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱି ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, 'ଆଦରଣୀୟ ପ୍ରଧାନମନ୍ତ୍ରୀ, ସମସ୍ତ ବିହାରବାସୀ ପୁନଃ ଆପଣଙ୍କ ବିହାର ଆଗମନକୁ ନେଇ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛନ୍ତି। ଆମେ ଆପଣଙ୍କ ନାଁରେ ଏକ ପତ୍ର ଲେଖିଛୁ। ଆଶା କରୁଚୁ ଆପଣ ବିହାରବାସୀଙ୍କୁ ବିଗତ ୬ ବର୍ଷ ହେଲା କରିଥିବା ପ୍ରତିଶୃତି ଭୁଲିନଥିବେ, ନିଶ୍ଚୟ ପୁରା କରିବେ।'

ତେଜସ୍ୱି ଯାଦବ ପ୍ରଧାନମନ୍ତ୍ରୀ ଲେଖିଥିବା ପତ୍ରରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ୨୦୧୫ ମସିହାରୁ ବିହାରବାସୀ ଏଥିପାଇଁ ଅପେକ୍ଷା କରିଛନ୍ତି ଯେ ବିହାରକୁ କେବେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବ। ଏହାସହ ବିହାରକୁ ଆଶା ଥିଲା ଯେ ଦେଢ଼ ଲକ୍ଷ କୋଟି ପ୍ୟାକେଜ ମିଳିବ। କିନ୍ତୁ ଏବେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ତ ଦୂରର କଥା ପ୍ୟାକେଜର ପତା ନାହିଁ।

wp:core-embed/twitter {"url":"https://twitter.com/yadavtejashwi/status/1323444786695720963","type":"rich","providerNameSlug":"twitter","className":""}
https://twitter.com/yadavtejashwi/status/1323444786695720963
/wp:core-embed/twitter

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା କିଛି ସମୟ ପୂର୍ବରୁ ତେଜସ୍ୱି ଯାଦବଙ୍କ ବୟାନ ସାମ୍ନାକୁ ଆସିଛି। ତେଜସ୍ୱି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ଓ ପ୍ରସଙ୍ଗକୁ ନେଇ ଜନତାଙ୍କ ଭୋଟର କାରଣ ଦର୍ଶାଇଛନ୍ତି। ତେଜସ୍ୱି ଯାଦବ କହିଛନ୍ତି, ବିହାର ଜନତା ପରିବର୍ତ୍ତନ ଚାହୁଁଛନ୍ତି। ପରିବର୍ତ୍ତନର ଏହି ସୁନାମିରେ ବିହାରବାସୀ ଶିକ୍ଷା, ରୋଜଗାର, ଚାଷ, ମହଙ୍ଗା ଦର ପ୍ରସଙ୍ଗ ଉପରେ ଭୋଟ ଦେବେ। ଲୋକେ ତାଙ୍କ ଦଳକୁ ଭୋଟ କରିବେ ବୋଲି ସେ ଆଶାବାଦୀ। କାରଣ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି, ସକ୍ରିୟ ଓ ପ୍ରଗତିଶୀଳ ସରକାର ଚାହୁଁଛନ୍ତି।

ପ୍ରଥମ ପର୍ଯ୍ୟାୟ ମତଦାନରେ ଜନତା ସଂକେତ ଦେଇଛନ୍ତି ଯେ ବିହାର ରେ ମୁଖ୍ୟମନ୍ତ୍ରୀ କିଏ ଗଠନ କରିବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ତେଜସ୍ୱି କହିଛନ୍ତି, 'ଭଲ ଶିକ୍ଷା, ଉତ୍କୃଷ୍ଟ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଇନ ବ୍ୟବସ୍ଥା ଓ ବିକଶିତ ବିହାର ପାଇଁ ମତଦାନ କରିବେ। ନୂଆ ଯୁଗରେ ନୂଆ ବିହାର ପାଇଁ ପରିବର୍ତ୍ତନ ଅତି ଆବଶ୍ୟକ। ଜୟ ହିନ୍ଦ, ଜୟ ବିହାର।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.