‘ଆତ୍ମନିର୍ଭର ବିହାର’ କ୍ୟାମ୍ପେନକୁ ନେଇ ବର୍ଷିଲେ ତେଜସ୍ୱୀ, କହିଲେ ପ୍ରଥମେ ବିଜେପି ରାଜ୍ୟରେ ହେଉ ‘ଆତ୍ମନିର୍ଭର’ !

Published By : Prameya-News7 Bureau | September 12, 2020 IST

ପାଟନା ୧୨।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଏବେ ଜୋର ଧରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି  ‘ଆତ୍ମନିର୍ଭର ବିହାର’ କ୍ୟାମ୍ପେନ୍‌ ଲଞ୍ଚ କରିଛି। ଆରଜେଡି ନେତା ତେଜସ୍ୱୀ ଯାଦବ ବିଜେପିର ଏପରି ପ୍ରଚାର ଅଭିଯାନକୁ ରାଜ୍ୟରେ ହାସ୍ୟସ୍ପଦ କହିଛନ୍ତି।

{"id":328660,"width":575,"height":556,"sizeSlug":"large"}

ତେଜସ୍ୱୀ କହିଛନ୍ତି ଯେ ଗତ ୨୪ ବର୍ଷ ହେଲା ବିଜେପି ରାଜ୍ୟରେ ଉଧାର ଚେହେରା ନେଇ ପାର୍ଟି ଚଳାଇ ଆସୁଛି। ଏତେବର୍ଷରେ ଦଳ ନିଜ ଗୋଡରେ ନିଜେ ଛିଡା ହୋଇପାରିନି। ଏଥିରେ ଏଭଳି ପ୍ରଚାର ଅଭିଯାନ ହାସ୍ୟସ୍ପଦ ନୁହେଁ ତ ଆଉ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳ ଆଗ ରାଜ୍ୟରେ ଆତ୍ମ ନିର୍ଭର ହେଉ ପରେ ରାଜ୍ୟ କଥା ଚିନ୍ତା କରିବ ବୋଲି କହିଛନ୍ତି ତେଜସ୍ୱୀ ଯାଦବ।

{"id":328661,"sizeSlug":"large"}

ତେବେ ଉଧାର ହେଉ ପଛେ ୧୫ ବର୍ଷ  ରାଜ୍ୟ ଶାସନ କରିବା ପରେ ହୁଏତ ସେମାନଙ୍କର ଏବେ ଜ୍ଞାନ ଉଦୟ ହୋଇଥିବ ବୋଲି ସେ କହିଛନ୍ତି । ଯେଉଁଥିପାଇଁ ସେମାନେ ଏବେ ବିହାରକୁ ଆତ୍ମ ନିର୍ଭର କରିବାକୁ ଚାହୁଁଛନ୍ତି। ହେଲେ ବିଜେପି ଉପରୁ ତଳ ପର୍ଯ୍ୟନ୍ତ ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ଶାସନ ଥାଇ ମଧ୍ୟ ଏତେ ବର୍ଷରେ କାହିଁକି ନିଜେ ଆତ୍ମ ନିର୍ଭର ହୋଇପାରି ନାହାନ୍ତି ବୋଲି ତେଜସ୍ୱୀ ପଚାରିଛନ୍ତି।

{"id":328662,"sizeSlug":"large"}

ଯଦି ବିହାର ଲାଗି ବିଜେପିର ଏତେ ଦରଦ ତେବେ ପ୍ରଥମେ ପାଟନା ୟୁନିଭର୍ସିଟିକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଆତ୍ମନିର୍ଭର କରାଇ ଦିଅନ୍ତୁ। ତେବେ ବୁଝାଯିବ ବିହାର ପାଇଁ ବିଜେପି କେତେ ପାରିବାର ଦଳ । ଏମାନେ  ୨୦୧୪ରେ ବି ବିହାରକୁ ଏମିତି ଅନେକ ରଙ୍ଗୀନ ସ୍ୱପ୍ନ ଦେଖାଇଥିଲେ। ସେମାନଙ୍କର ସରକାର ରାଜ୍ୟରେ ପୁଣି କ୍ଷମତାକୁ ଫେରିଲେ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଦେବୁ। ନିର୍ବାଚନ ଜିତିଲେ ଓ ସରକାର ବି କଲେ ହେଲେ ପ୍ରତିଶ୍ରୁତି କାଇଁ ବୋଲି ପଚାରିଛନ୍ତି ତେଜସ୍ୱୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.