ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ, କହିଲେ- 'ନୀତିଶ ସରକାର ଭୟଭୀତ, ସାହସ ଥିଲେ ଗିରଫ କରି ଦେଖାଅ'

Published By : Prameya-News7 Bureau | December 06, 2020 IST

ପାଟନା,୦୬/୧୨:  ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେଜସ୍ୱୀ ବିହାରରେ ଏନଡିଏ ସରକାରରୁ ନିକମ୍ମା ଓ ଡରୁଆ ବୋଲି କହିଛନ୍ତି । ବିହାର ସରକାର କୃଷକଙ୍କ ପାଇଁ ଧାରଣା ଦେଇଥିବାରୁ ତାଙ୍କ ବିରୋଧରେ ଏଫଆଇଆର ହୋଇଛି । ସରକାରଙ୍କ ସାହସ ଥିଲେ ଗିରଫ କରି ଦେଖାନ୍ତୁ ବୋଲି ତେଜସ୍ୱୀ ଚ୍ୟାଲେଞ୍ଜ୍ ଦେଇଛନ୍ତି ।

ତେଜସ୍ୱୀ କହିଛନ୍ତି ଯେ, ସରକାରଙ୍କର ଦମ୍ ଥିଲେ ତାଙ୍କୁ ଗିରଫ କରି ଦେଖାନ୍ତୁ । ନଚେତ୍ ସେ ନିଜେ ଆତ୍ମସମର୍ପଣ କରିବେ । ଏପରିକି ସେ କୃଷକଙ୍କ ପାଇଁ ଫାଶୀ ଖୁଣ୍ଟରେ ଚଢିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

ସୂଚନାଯୋଗ୍ୟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁତ୍ର ତେଜସ୍ୱୀ ଶନିବାର ନିଜ ସମର୍ଥକଙ୍କ ସହ ଗାନ୍ଧୀ ମଇଦାନରେ କୃଷି ଆଇନ ଫେରସ୍ତ ଦାବିରେ ଧାରଣା ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ, କଠିନ ପରିଶ୍ରମ କରୁଥିବା କୃଷକଙ୍କ ଭଲ କଥା କେହି ଚିନ୍ତା କରୁ ନାହାଁନ୍ତି । କୃଷକମାନେ ସମସ୍ତ ମାନବଜାତିରୁ ଆହାର ଯୋଗାଇଥାନ୍ତି । ଯିଏ କୃଷକଙ୍କର ନୁହେଁ ସେ କେବେବି ଦେଶର ଭଲ ଚାହିଁ ନଥାଏ ।

wp:html /wp:html

ତେଜସ୍ୱୀଙ୍କ ଏହି ଧାରଣା ବିରୋଧରେ ପାଟନା ପୋଲିସ ତାଙ୍କ ସହ ୧୮ ସମର୍ଥକଙ୍କ ନାଁରେ ମାମଲା ରୁଜୁ କରିଛି । ପୋଲିସ ଆଇପିସି ଓ ମହାମାରୀ ଆଇନ ଅନୁସାରେ ଭିନ୍ନ ଧାରାରେ ଏଫାଇଆର ରୁଜୁ କରିଛି । ଏହାକୁ ନେଇ ତାତି ଉଟିଛନ୍ତି ତେଜସ୍ୱୀ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିହାର ଡରୁଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚାଲିଛି । କୃଷକଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ଏଫଆଇଆର ରୁଜୁ ହେଉଛି । ଦମ୍ ଥିଲେ ଗିରଫ କରିବାକୁ ସେ ଚ୍ୟାଲେଞ୍ଜ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.