Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ଚୌବେଙ୍କ ତାତ୍ସଲ୍ୟ, କହିଲେ- ତେଜସ୍ଵୀ ଯାଦବ ଠିକ୍‌ରେ ‘କ୍ୟାବିନେଟ୍’ର ସ୍ପେଲିଂ ବି କରି ପାରିବେ ନାହିଁ

31/10/2020 at 9:57 PM

ପାଟନା ୩୧।୧୦: ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ନଭେମ୍ଵର ୩ରେ ହେବାକୁ ଯାଉଛି। ଆଉ ଗୋଟିଏ ଦିନ ବାକି ରହିଲା ନିର୍ବାଚନୀ ପ୍ରଚାର। ଏମିତିରେ ନେତାଙ୍କ ମଧ୍ୟରେ  ଆରୋପ ପ୍ରତ୍ୟାରୋପ ଚରମରେ ରହିଛି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନି ଚୌବେ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ଉପରେ ତାତ୍ସଲ୍ୟ କରି କହିଛନ୍ତି, ସେ ଠିକ୍‌ରେ କ୍ୟାବିନେଟ୍ ସ୍ପେଲିଂ କରି ପାରିବେ ନାହିଁ, ଓଲଟା ଇଞ୍ଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରୁଛନ୍ତି।

ବିଜେପିର ଅନେକ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କ ୧୦ ଲକ୍ଷ ରୋଜଗାର ଯୋଗାଇ ଦେବା ପ୍ରତିଶ୍ରୁତି ଉପରେ ମନ୍ତବ୍ୟ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନ ଚୌବେଙ୍କ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଚୌବେ କହିଛନ୍ତି, ଯିଏ ପ୍ରସଙ୍ଗ ବୁଝନ୍ତି ନାହିଁ ଏବଂ ଦଶମ୍ ପାସ୍ କରିନାହାନ୍ତି ସେ ଇଞ୍ଜିନିୟରିଂ କରିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରୁଛନ୍ତି। ତେଜସ୍ଵୀ ଠିକ୍‌ରେ ବି କ୍ୟାବିନେଟ୍  ଲେଖି ପାରିବେ ନାହିଁ। ତାଙ୍କ ବାପା ପ୍ରଥମ କ୍ୟାବିନେଟ୍‌ରେ ଏକ ଲକ୍ଷ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ଲୋକଙ୍କଠୁ ଟଙ୍କା ନେଇଗଲେ ଏବଂ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ଫର୍ମକୁ ଡଷ୍ଟବିନରେ ଫୋପାଡି ଦେଲେ।

କେବଳ ଏତିକି ନୁହେଁ ଚୌବେ ବିହାରରେ ଆରଜେଡି ଓ କଂଗ୍ରେସର ମେଣ୍ଟକୁ ‘ଗପୁ ଓ ପପୁର’ ଆଖ୍ୟା ଦେଇଛନ୍ତି।  ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରତି ସାବଧାନ ରହିବାର ପରାମର୍ଶ ଦେଇ ଚୌବେ କହିଛନ୍ତି କଂଗ୍ରେସ-ଆରଜେଡି ମେଣ୍ଟର ଗପୁ ଏବଂ ପପୁ ଲୋକଙ୍କୁ କେବଳ ଲପୁ ଧରାଇବେ ଅର୍ଥାତ ମିଛର ବଡ ବଡ ପ୍ରତିଶ୍ରୁତି ଦେବେ।

ଉଲ୍ଲେଖନୀୟ ନିକଟରେ ଭାରତର ନିର୍ବାଚନ ଆୟୋଗ ବିହାରରେ ବିଜେପିର କୋଭିଡ୍-୧୯ ଭ୍ୟାକସିନ ପ୍ରତିଶ୍ରୁତି ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ ଏବଂ ଏହା ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ନୁହେଁ ବୋଲି କହିଥିଲେ।

ଚୌବେ କରୋନା ଭ୍ୟାକସିନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ରହିଛି ଏବଂ ଯଦି ସବୁ କଛି ଠିକ୍ ରହେ ତେବେ ଆମେ ମାଗଣାରେ ଭ୍ୟାକସିନ ଯୋଗାଇବୁ। ମୁଁ ଲୋକଙ୍କୁ ଆଶ୍ଵାସନା ଦେବାକୁ ଚାହୁଁଛି ଯେ, ସୁଶାସନ ସରକାର ଉନ୍ନତ ସେବା ଯୋଗାଇ ପାରିବେ ଅନ୍ୟଥା ଲୁଟ୍ ହୋଇଯିବ।

   Related Posts